Latest Odisha News

BREAKING NEWS

ଫିଲ୍ମ ଷ୍ଟାଇଲରେ ଫ୍ଲାଏଓଭରରୁ ହଠାତ୍ ଉଡି ଆସିଲା କାର୍; ଜାଣନ୍ତୁ କ’ଣ ରହିଛି ସମ୍ପୂର୍ଣ୍ଣ ଘଟଣା

ହାଇଦ୍ରାବାଦ: ହାଇଦ୍ରାବାଦର ରାଏଦୁର୍ଗମ ଅଞ୍ଚଳସ୍ଥିତ ନ୍ୟୁ ବାୟୋଡାଇଭର୍ସିଟି ଫ୍ଲାଏଓଭରରେ ଆସୁଥିବା ଏକ ଦ୍ରୁତଗାମୀ କାର୍ କୌଣସି କାରଣବଶତଃ ଭାରସାମ୍ୟ ହରାଇ ହଠାତ୍ ତଳକୁ ଖସିପଡୁଛି ।

ଏହି ଘଟଣାରେ ଜଣେ ପଥଚାରୀ ମୃତ୍ୟୁବରଣ କରିଥିବା ବେଳେ କାର୍ ଡ୍ରାଇଭର୍ ଓ ଅନ୍ୟ୨ଜଣ ଆହତ ହୋଇଥିବା ନେଇ ସୁତ୍ରରୁ ପ୍ରକାଶ ।

https://twitter.com/naredidivesh/status/1198221908593917952?s=08

ଏନେଇ ଜାତୀୟ ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଛି ।

ଏହି ଭିଡିଓକୁ ଦେଖି ଦୁର୍ଘଟଣା ଯେ କେତେ ଭୟଙ୍କର ତାହା ଆପଣମାନେ ଅନୁମାନ କରିପାରୁଥିବେ । ହଠାତ୍ ଏଭଳି ଘଟଣାକୁ ବୁଝିବା ପୂର୍ବରୁ ପଥଚାରୀମାନେ ଭୟଭୀତ ହୋଇ ଜୀବନ ବଞ୍ଚାଇବା ପାଇଁ ଦୌଡି ପଳାଇଥିଲେ ।

ଦୁର୍ଘଟଣାର ସମସ୍ତ ଘଟଣା ସ୍ଥାନ୍ରୀୟ ଏକ ସିସିଟିଭି ଫୁଟେଜରେ କଏଦ ହୋଇଥିଲା । ଯାହା ଏକ ଲୋମଟାଙ୍କୁରା ଦୃଶ୍ୟ ।

Leave A Reply

Your email address will not be published.