Latest Odisha News

ଥାନାରେ ହାଜର ହେଲେ ହ୍ୟୁମାନ ସାଗର ଓ ପତ୍ନୀ

କଟକ: ଓଡ଼ିଶାର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ବିରୋଧରେ ପତ୍ନୀ ନିର୍ଯାତନା ଅଭିଯୋଗ ଆଣିବା ପରେ କଟକ ମହିଳା ଥାନାରେ ହାଜର ହୋଇଛନ୍ତି ହ୍ୟୁମାନ ସାଗର । ଥାନାରେ ହାଜର ହେବା ପାଇଁ ତାଙ୍କୁ ସମନ ହୋଇଥିଲା ।  ପତ୍ନୀ ଶ୍ରୀୟା ମିଶ୍ର ତାଙ୍କ ବିରୋଧରେ ଘରୋଇ ହିଂସା ଓ ଦାମ୍ପତ୍ୟ କଳହ ଅଭିଯୋଗ ଆଣିଥିଲେ ।ହ୍ୟୁମାନ ତାଙ୍କୁ ଉଭୟ ଶାରିରୀକ ଓ ମାନସିକ ନିର୍ଯାତନା ଦିଆଯାଇଛି ବୋଲି ମଙ୍ଗଳବାର ସେ କଟକ ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତା ସହିତ କଟକ ଡିସିପି ପିନାକ ମିଶ୍ରଙ୍କୁ ଭେଟି ଶ୍ରୀୟା ମାମଲାରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।

ଅଭିଯୋଗ ପାଇବା ପରେ କଟକ ମହିଳା ଥାନା ପୋଲିସ ଉଭୟଙ୍କୁ ହାଜର ହେବା ପାଇଁ ସମନ କରିଥିଲା । ଉଭୟଙ୍କୁ କାଉନସେଲିଂ କରାଯିବ । ଆଲୋଚନା ମାଧ୍ୟମରେ ଦାମ୍ପତ୍ୟ ଝଗଡାର ସମାଧାନ କରିବା ପାଇଁ ଚେଷ୍ଟା କରାଯିବ । ନଚେତ କାର୍ଯ୍ୟାନୁଷ୍ଠାନ ନିଆଯିବ  ।

ଏଠି କହିରଖିବୁ, ଶ୍ରେୟା ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ ଯେ, ଗତ କିଛି ମାସ ହେବ ହ୍ୟୁମାନ ତାଙ୍କୁ ଅବହେଳା କରିବା ସହ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଛନ୍ତି। ଏପରିକି ମଦ ପିଇ ପିଟାମରା ବି କରୁଥିବା ଶ୍ରୀୟା ଅଭିଯୋଗ କରିଛନ୍ତି।

ହ୍ୟୁମାନ ସାଗରଙ୍କ ଠାରୁ ନିର୍ଯାତନାର ଶିକାର ହେବା ପରେ ଶ୍ରୀୟା ତାଙ୍କ ଶ୍ୱଶୁର ଘର ସିଡିଓ ସେକ୍ଟର-୬କୁ ଛାଡ଼ି ଏବେ ବାଲେଶ୍ୱରରେ ବାପଘରେ ରହୁଛନ୍ତି।

ସୂଚନା ଥାଉକି, ୨୦୧୭ରେ ରିୟଲିଟି ମ୍ୟୁଜିକାଲ ଶୋ ‘ଭିଏସ୍‌ ଅଫ୍‌ ଓଡ଼ିଶା ସିଜ-୨’ରେ ଉଭୟ ଶ୍ରେୟା ଓ ହ୍ୟୁମାନ ପ୍ରତିଯୋଗୀ ଭାବେ ଅଂଶଗ୍ରହଣ କରିଥିଲେ। ସେଠାରେ ଉଭୟ ମଧ୍ୟରେ ଭଲପାଇବା ସୃଷ୍ଟି ହୋଇଥିଲା। ଦୁହେଁ ବିବାହ ମଧ୍ୟ କରିଥିଲେ। ଏହି ଦମ୍ପତିଙ୍କର ଏକ ଛୋଟ ଝିଅ ବି ରହିଛି।

 

Leave A Reply

Your email address will not be published.