Latest Odisha News

BREAKING NEWS

ପ୍ରଥମ ସ୍ତ୍ରୀ ଗର୍ଭବତୀ ହେଲେ ଦ୍ବିତୀୟ ବିବାହ କରନ୍ତି ସ୍ବାମୀ

ଜୟପୁର : ସାଂସ୍କୃତିକ, ଧାର୍ମିକ ଏବଂ ସାମାଜିକ ବିବିଧତାର ଦେଶ ହେଉଛି ଭାରତ। ଏଠରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ମାତ୍ରେ ରୀତିନୀତି ଏବଂ ଜୀବନଶୈଳୀ ବି ବଦଳିଯାଏ। ହେଲେ ଆମ ଦେଶରେ ଏମିତି ଏକ ରାଜ୍ୟ ଅଛି ଯେଉଁଠି ଗୋଟିଏ ପାର୍ଶ୍ୱରେ ମରୁଭୂମି ଏବଂ ଅନ୍ୟ ପଟେ ପାହାଡ଼ ରହିଛି। ଏହି ରାଜ୍ୟର ସାଂସ୍କୃତିକ ଏବଂ ସାମାଜିକ ବିବିଧତା ମଧ୍ୟ ଆଶ୍ଚର୍ଯ୍ୟଜନକ। ଏଠାରେ ଏମିତି କିଛି ରୀତିନୀତି ପ୍ରଚଳିତ, ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ସବୁ ପରେ ବି ଆମେ ଜାଣିଛନ୍ତି ଭାରତରେ ବିବାହ ବନ୍ଧନକୁ ଅବିସ୍ମରଣୀୟ ଏବଂ ପବିତ୍ର ବନ୍ଧନ ବୋଲି ବିବେଚନା କରାଯାଏ। କିନ୍ତୁ ଜାଣନ୍ତି କି ରାଜସ୍ଥାନରେ ପ୍ରଥମ ସ୍ତ୍ରୀ ଜୀବିତ ଥିବାବେଳେ ସ୍ବାମୀଙ୍କୁ ଦ୍ୱିତୀୟ ବିବାହ କରିବାକୁ ଅନୁମତି ଦିଆଯାଇଛି। ଆଉ ଏହାକୁ ମଧ୍ୟ ସମସ୍ତେ ଗ୍ରହଣ କରିନିଅନ୍ତି। ସମସ୍ତ ପକ୍ଷଙ୍କ ସହମତିରେ, ବ୍ୟକ୍ତି ଦ୍ୱିତୀୟ ବିବାହ କରିଥାନ୍ତି। ତେବେ ଆପଣମାନଙ୍କ ମନରେ ପ୍ରଶ୍ନ ଆାସୁଥିବ ଯେ ଏମିତି ଦ୍ୱିତୀୟ ବିବାହ କରିବାର କାରଣ କ’ଣ? ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

ରାଜସ୍ଥାନର ବାରମର୍‌ ଜିଲାରେ ଏକ ଗାଁ ଅଛି, ଯେଉଁଠାରେ ସ୍ତ୍ରୀ ଗର୍ଭବତୀ ହେବା ମାତ୍ରେ ସ୍ବାମୀ ଦ୍ୱିତୀୟ ବିବାହ କରିବାକୁ ଲାଇସେନ୍ସ ପାଇଥା’ନ୍ତି। ଏହି ଗାଁର ନାମ ହେଉଛି ଡେରାସର। ଏହି ବାରମର୍‌ ଗାଁଟି ମରୁଭୂମି ଅଞ୍ଚଳରେ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ନିକଟରେ ଅବସ୍ଥିତ। ବାରମର୍‌ ଜିଲାର ଅଧିକାଂଶ ଅଞ୍ଚଳ ମରୁଭୂମି ପୂର୍ଣ୍ଣ । ଏଠାରେ ଥିବା ଗାଁ ଗୁଡ଼ିକରେ ଜଳର ଅଭାବ ଦେଖାଦେଇଥାଏ।

ଗ୍ରୀଷ୍ମ ଋତୁରେ, ଏଠାକାର ପରିସ୍ଥିତି ଏତେ ଖରାପ ହୋଇଯାଏ ଯେ କହିଲେ ନ ସରେ। ହେଲେ ଡେରାସର ଗାଁରେ ମହିଳାମାନେ ସାଧାରଣତଃ ପାଣି ଆଣିବା କାମ କରନ୍ତି। ଏଥିପାଇଁ ସେମାନଙ୍କୁ ନିଜ ଘରଠାରୁ ବହୁତ ଦୂରରେ ଯିବାକୁ ପଡ଼ିଥାଏ। ଏପରି ପରିସ୍ଥିତିରେ, ଯେତେବେଳେ ମହିଳାମାନେ ଗର୍ଭବତୀ ହୁଅନ୍ତି, ସେମାନଙ୍କ ପକ୍ଷେ ପାଣି ଆଣିବା ସମ୍ଭବ ନୁହେଁ। ତେଣୁ ଏହି ସମସ୍ୟାର ମୁକାବିଲା ପାଇଁ ପୁରୁଷମାନେ ଦ୍ୱିତୀୟ ବିବାହ କରିଥାନ୍ତି।

ସେଥିପାଇଁ ଜଣେ ବିବାହିତ ପୁରୁଷ ତାଙ୍କ ସ୍ତ୍ରୀ ଗର୍ଭବତୀ ହେବା ମାତ୍ରେ ଦ୍ୱିତୀୟ ଥର ବିବାହ କରନ୍ତି। ଫଳରେ ଗର୍ଭବତୀ ଥିବା ସ୍ତ୍ରୀ ଜଣକ ବିଶ୍ରାମ ପାଇବାର ସୁଯୋଗ ପାଇଥାନ୍ତି। ଦ୍ୱିତୀୟ ସ୍ତ୍ରୀ ଘରର ଦୈନନ୍ଦିନ କାମ ସହ ପାଣି ଆଣିବା ପାଇଁ ଦୂରକୁ ଯାଇଥାନ୍ତି।

Leave A Reply

Your email address will not be published.