Latest Odisha News

BREAKING NEWS

ମିସେସ୍ କୁଇନ୍ ଟାଇଟଲ ହାତେଇଲେ ଓଡିଆ ବୋହୁ

ଭୁବନେଶ୍ୱର: ଦିଲ୍ଲୀରେ ଓଡିଆ ବୋହୁଙ୍କ ସଫଳତା । ଦିଲ୍ଲୀର ଗୁରୁଗ୍ରାମ ଠାରେ ଆୟୋଜିତ ମିସ୍ ଇଣ୍ଡିଆ ହୋମ ମେକର (ଏମ.ଆଇ.ଏଚ.ଏମ) ପ୍ରତିଯୋଗିତାରେ ମିସେସ୍ କୁଇନ ୟୁନିର୍ଭସର ଟାଇଟେଲ ଜିତିଛନ୍ତି ଭୁବନେଶ୍ୱରର ପ୍ରତିମା ପଣ୍ଡା ।

ଭାରତର ବିଭିନ୍ନ ରାଜ୍ୟର ୪୬ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ପ୍ରତିମା ଏହି ସଫଳତା ପାଇଛନ୍ତି । ନିଜ ସଫଳତାର ଶ୍ରେୟ ସେ ନିଜ ସ୍ୱାମୀ ଓ ପରିବାର ବର୍ଗଙ୍କୁ ଦେଇଛନ୍ତି । ତା’ସହ ଏହା ତାଙ୍କ ଜୀବନର ସବୁଠୁ ବଡ ଖୁସି ଏବଂ ସେ ଏହି ମୂହୁର୍ତ୍ତକୁ କେବେ ଭୁଲିପାରିବେ ନାହିଁ କିମ୍ବା କୌଣସି ଭାଷା ମାଧ୍ୟମରେ ଏହାକୁ ପ୍ରକାଶ କରିପାରିବେ ନାହିଁ ବୋଲି ବିଜୟିନୀ ହେବା ପରେ ପ୍ରତିମା ନିଜ ଫେସବୁକ ୱାଲ ରେ ଏହା ଲେଖିଛନ୍ତି ।

ନିଜର ଏହି ସଫଳତା ପରେ ଓଡିଆ ଫିଲ୍ମ ଜଗତରେ ଅଭିନୟ ସାଙ୍ଗକୁ ଏକ ମଡେଲିଙ୍ଗ୍ ସ୍କୁଲ ଖୋଲିବାର ଇଚ୍ଛା ରଖିଛନ୍ତି ପ୍ରତିମା ।

Leave A Reply

Your email address will not be published.