Latest Odisha News

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ‘ଶାପୋରଜୀ ପାଲୋନଜୀ ଗ୍ରୁପ’ର ୫୧ ଲକ୍ଷ ଟଙ୍କା ଫନୀ ସହାୟତା ପ୍ରଦାନ

ଭୁବନେଶ୍ୱର: ଫନୀ ବାତ୍ୟା ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ଲାଗି ଶାପୋରଜୀ ପାଲୋନଜୀ ଗ୍ରୁପ ପକ୍ଷରୁ ୫୧ ଲକ୍ଷ ଟଙ୍କାର ସହାୟତା ରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ପ୍ରଦାନ କରାଯାଇଛି । ଏହି ଅବସରରେ ଗୋପାଳପୁର ବନ୍ଦର ନିର୍ଦ୍ଦେଶକ ତଥା ସିଇଓ ସନ୍ଦୀପ ଅଗ୍ରୱାଲ ଏବଂ ଶାପୋରଜୀ ପାଲୋନଜୀ ପୋର୍ଟ ଗ୍ରୁପର ଏଭିପି ଜଗଦୀଶ ରାଉତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏନେଇ ଇଲେକ୍ଟ୍ରୋନିକ ଟ୍ରାନ୍ସଫର ଡକୁମେଣ୍ଟ ପ୍ରଦାନ କରିଛନ୍ତି ।

ବ୍ୟାତ୍ୟା ସମୟରେ ଶାପୋରଜୀ ପାଲୋନଜୀ ପୋର୍ଟ ପକ୍ଷରୁ ପ୍ରତ୍ୟେକ ଦିନ ୧,୦୦୦ ମିଲିୟନ ଲିଟର୍ ବିଶୁଦ୍ଧ ପାନୀୟ ଜଳ ଆକୱାଗାର୍ଡ଼ ଆରଓ ୱାଟର ପ୍ୟୁରିଫିକେସନ ସିଷ୍ଟମ ମାଧ୍ୟମରେ ପୁରୀ ମୁଖ୍ୟ ଚିକିତ୍ସାଳୟକୁ ଯୋଗାଇ ଦିଆଯାଇଛି । ବାତ୍ୟା ପରବର୍ତ୍ତୀ ସମୟରେ ପୁରୀ ସହର ସମେତ ସମଗ୍ର ଜିଲ୍ଲାରେ ହଇଜା ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଥିଲା । ସେତେବେଳେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସ୍ଥାନୀୟ ପ୍ରଶାସନ ଏବଂ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କ ଲାଗି ଚିନ୍ତାର କାରଣ ଥିଲା । ଏପରିକି ସେହି ସମୟରେ ବିଦ୍ୟୁତ ସରବରାହ ବନ୍ଦ ହୋଇଥିବା ବେଳେ ପାନୀୟ ଜଳର ଘୋର ଅଭାବ ପରିଲକ୍ଷିତ ହୋଇଥିଲା । ଏବେ ଏହି ଆକୱାଗାର୍ଡ଼ ୱାଟର୍ ପ୍ୟୁରିଫିକେସନ ସିଷ୍ଟମ ଦ୍ୱାରା ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶହ ଶହ ରୋଗୀଙ୍କ ସମେତ ଡ଼ାକ୍ତର, ହସ୍ପିଟାଲ ଷ୍ଟାଫଙ୍କ ସମେତ ପରିଦର୍ଶକମାନେ ବିଶୁଦ୍ଧ ଜଳ ପାଇ ପାରିବେ । ଏବେ ଏହି ୱାଟର ପ୍ୟୁରିଫିକେସନ ସିଷ୍ଟମ ଦ୍ୱାରା ଶାପୋରଜୀ ପାଲୋନଜୀ ଗ୍ରୁପ ଆଗାମୀ ୫ ବର୍ଷ ଲାଗି ହସ୍ପିଟାଲକୁ ବିଶୁଦ୍ଧ ଜଳ ଯୋଗାଇ ଦେବେ, ପରେ ହସ୍ପିଟାଲକୁ ଦାୟିତ୍ୱ ହସ୍ତାନ୍ତର କରିବେ ।

ଏସପି ଗ୍ରୁପ ପକ୍ଷରୁ ବାତ୍ୟା ପରବର୍ତ୍ତୀ ସମୟରେ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଲଗାତର ୩ ଦିନ ଧରି ରିଲିଫ କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା । ଏହି କମ୍ପାନୀ ପକ୍ଷରୁ ମେ ୨୮ ରୁ ମେ ୩୦ ତାରିଖ ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ରିଲିଫ ସାମଗ୍ରୀ ବାତ୍ୟା ପ୍ରପୀଡ଼ିତଙ୍କୁ ଯୋଗାଇ ଦେଇଥିଲେ ।

ପୁରୀ ଜିଲ୍ଲା ମଙ୍ଗରାଜପୁର ଗାଁ’ର ୧୨୦ଟି ପରିବାର, ଚକ୍ରବାଟି ପାଟଣା ଗ୍ରାମର ୬୦ଟି ପରିବାର ଏବଂ ପୁରୀ ସଦର ଅନ୍ତର୍ଗତ ଉତ୍ତର ଭୋଇ ସାହି ଗ୍ରାମର ପ୍ରାୟ ୬୦ଟି ପରିବାର ଅତ୍ୟାବଶ୍ୟକୀୟ ରିଲିଫ ସାମଗ୍ରୀ ପାଇ ଉପକୃତ ହୋଇଥିଲେ ।

ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ରିଲିଫ ସାମଗ୍ରୀ ଯୋଗାଇଦେବା ସହିତ ୮୨.୫ କେଭିଏ କ୍ଷମତା ସମ୍ପନ୍ନ ଡ଼ିଜେଲ୍ ଜେନେରେଟର୍ ସେଟ୍ ଯୋଗାଇ ଦିଆଯାଇଥିଲା । ସେହିପରି ଭାବେ ବାତ୍ୟା ପୁନରୁଦ୍ଧାର କାର୍ଯ୍ୟ ଲାଗି ହେଭି ମେସିନାରୀ ସହିତ ଅନେକ ଟ୍ରକ ପୁରୀ ଓ ଭୁବନେଶ୍ୱର ବାତ୍ୟା ପ୍ରପୀଡ଼ିତ ଅଞ୍ଚ ଳକୁ ଯୋଗାଇ ଦିଆଯାଇଥିଲା ।

ଏହି ଅବସରରେ ଶାପୋରଜୀ ପାଲୋନଜୀ ପୋର୍ଟର ପରିଚାଳନା ନିର୍ଦ୍ଦେଶକ କହିଛନ୍ତି, “ବାତ୍ୟା ପୁନରୁଦ୍ଧାର କାର୍ଯ୍ୟରେ ଓଡ଼ିଶା ସରକାର ନେଇଥିବା ପଦକ୍ଷେପରେ ଆମେ ମଧ୍ୟ ସହଯୋଗ କରିବାକୁ ଚେଷ୍ଟା କରିଥିଲୁ, ଓଡ଼ିଶାର ତୃଣମୂଳସ୍ତରରେ ବ୍ୟାତ୍ୟା ପ୍ରପୀଡ଼ିତଙ୍କ ସହାୟତା ଲାଗି ଆମେ ସାଧ୍ୟମତେ ଉଦ୍ୟମ କରିଛୁ ।”

Leave A Reply

Your email address will not be published.