Latest Odisha News

BREAKING NEWS

Surat Floods:ବନ୍ୟାରେ ନିଖୋଜ ଓଡ଼ିଆ ଦାଦନ ଶ୍ରମିକ;ସରକାରଙ୍କ ସହଯୋଗ ଲୋଡ଼ିଲେ ପରିବାର

କବିସୂର୍ଯ୍ୟନଗର: ପରିବାର ପ୍ରତିପୋଷଣ ପାଇଁ ସୁରଟ ଯାଇଥିଲେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗୁଡ଼ିଆଳି ଗାଁର ସ୍ୱରାଜ୍ୟ ଜେନା । ହେଲେ ସେଠାରେ ହୋଇଥିବା ବନ୍ୟାରେ ନିଖୋଜ ହୋଇଯାଇଛନ୍ତି । ଗତ ୩ ଦିନ ହେଲା ତାଙ୍କର କୌଣସି ଖୋଜଖବର ମିଳୁନଥିବା ବେଳେ ମୋବାଇଲ ମଧ୍ୟ ବନ୍ଦ ରହିଛି ।

ବନ୍ୟା ପାଣିରେ ସେ ନିଖୋଜ ହୋଇଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏପଟେ ଗୁଡ଼ିଆଳି ଗାଁରେ ତାଙ୍କର ପରିବାର ଲୋକ ଏବେ ଚିନ୍ତାରେ । ସ୍ବରାଜ୍ୟଙ୍କୁ ଖୋଜି ବାହାର କରିବାରେ ସରକାର ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ତାଙ୍କର ପରିବାରବର୍ଗ ।

ସୂଚନାଥାଉକି, ଗୁଜୁରାଟର ସୁରଟରେ ପ୍ରବଳ ବର୍ଷା ଏବଂ ବନ୍ୟା ତାଣ୍ଡବ ସୃଷ୍ଟି କରିଛି। ଏବେ ବନ୍ୟା ପାଣି କମିବା ସହ କ୍ଷୟକ୍ଷତିର ଭୟଙ୍କର ରୂପ ସାମ୍ନାକୁ ଆସୁଛି। ଗତ ୨୪ ଘଣ୍ଟା ମଧ୍ୟରେ ସହରର ବିଭିନ୍ନ ସ୍ଥାନରୁ ଆଉ ୧୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବନ୍ୟାରେ ମୋଟ ମୃତ୍ୟୁ ସଂଖ୍ୟା ୪୧ ରେ ପହଞ୍ଚିଛି। ପ୍ରଶାସନ ମୃତକଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କ ପରିବାରକୁ ଜଣାଇବା ପ୍ରକ୍ରିୟାରେ ନିୟୋଜିତ ଅଛି।

Comments are closed.