କଟକ: କଟକ ଜିଲ୍ଲା ସାଲେପୁରର ଏକ ସବ୍-ଜେଲରେ ୧୨ ଜଣ କଏଦୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ଜେଲ୍ ସୂତ୍ରରୁ ପ୍ରକାଶ ଯେ ଏପ୍ରିଲ୍ ୩୦ ରେ ପାଞ୍ଚ ଜଣ ଅନ୍ତେବାସୀ କରୋନ ଆକ୍ରାନ୍ତ ହୋଇଥିଲେ। ଏହା ପରେ ଜେଲ୍ କର୍ତ୍ତୃପକ୍ଷ ଅବଶିଷ୍ଟ ଅନ୍ତେବାସୀଙ୍କ କୋଭିଡ୍ ପରୀକ୍ଷା କରିଥିଲେ ସେମାନଙ୍କ ମଧ୍ୟରୁ ଅନ୍ୟ ୭ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା।
ସୂଚନା ଅନୁଯାୟୀ ଭାବରେ ୧୨ ଜଣ ଅନ୍ତେବାସୀଙ୍କୁ ଜେଲ ପରିସରରେ ଥିବା ଏକ ପୃଥକ କୋଠରୀରେ ରଖାଯାଇଛି।
ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ଯେ ସମଗ୍ର ଜେଲକୁ ସାନିଟାଇଜ୍ କରାଯାଇଛି ଏବଂ ନିୟମିତ ବ୍ୟବଧାନରେ ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଗଠନ କରାଯାଇଛି।
Comments are closed.