Latest Odisha News

BREAKING NEWS

୫୦%ରୁ ଅଧିକ ହେବନି ସଂରକ୍ଷଣ, ମରାଠା ସଂରକ୍ଷଣ ଅସାମ୍ବିଧାନିକ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଶିକ୍ଷା ଓ ଚାକିରି କ୍ଷେତ୍ରରେ ସଂରକ୍ଷଣକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ୫୦ ପ୍ରତିଶତରୁ ଅଧିକ ହୋଇପାରିବ ନାହିଁ ସଂରକ୍ଷଣ । ମହାରାଷ୍ଟ୍ରରେ ମରାଠା ସମ୍ପ୍ରଦାୟଙ୍କୁ ଶିକ୍ଷା ଓ ଚାକିରି କ୍ଷେତ୍ରରେ ସଂରକ୍ଷଣକୁ ଅସାମ୍ବିଧାନିକ କହିଛନ୍ତି ସୁପ୍ରିମକୋର୍ଟ । ଏନେଇ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ଜଷ୍ଟିସ ଅଶୋକ ଭୂଷଣହ୍କ ନେତୃତ୍ୱାଧୀନ ୫ ଜଣିଆ ଖଣ୍ଡପୀଠ ।

ସରକାରୀ ଶିକ୍ଷାନୁଷ୍ଠାନ ଓ ଚାକିରିରେ ମରାଠାଙ୍କ ପାଇଁ ସ୍ଥାନ ସଂରକ୍ଷଣ କରିଥିଲେ ମହାରାଷ୍ଟ୍ର ସରକାର । ପୂର୍ବରୁ ବମ୍ବେ ହାଇକୋର୍ଟ ସଂରକ୍ଷଣ ସପକ୍ଷରେ ରାୟ ଦେଇଥିଲେ । ଏହାପରେ ମାମାଲ ପହଞ୍ଚିଥିଲା ସୁପ୍ରିମକୋର୍ଟ । ଏବେ ନିଜ ରାୟରେ ସର୍ବୋଚ୍ଚ ଅଦାଲତ କହିଛନ୍ତି, ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ କରି ହେବ ନାହିଁ ।

ଏହାସହ କୋର୍ଟ କହିଛନ୍ତି, ୨୦୧୮ ମହାରାଷ୍ଟ୍ର ରାଜ୍ୟ ଆଇନର ଉଲ୍ଲଂଘନ କରୁଛି । ୧୯୯୨ରେ ଇନ୍ଦିରା ସେହ୍ୱାନୀଙ୍କ କାୟକୁ କାଏମ କରିଛନ୍ତି ।  ସୁପ୍ରିମକୋର୍ଟ କହିଛନ୍ତି, ୧୯୯୨ ରାୟକୁ ପୁଣି ସମୀକ୍ଷା କରିବାର ଆବଶ୍ୟକତା ନାହିଁ ।

Leave A Reply

Your email address will not be published.