Latest Odisha News

BREAKING NEWS

ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲା, ଇଡିରେ ହାଜର ହେଲେ ଆକାଶ ପାଠକ

ଭୁବନେଶ୍ୱର: ଇଡିରେ ହାଜର ହେଲେ ଆକାଶ ପାଠକ । ବହିଷ୍କୃତ IFS ଅଭୟକାନ୍ତ ପାଠକଙ୍କ ପୁଅ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜ ହୋଇଛନ୍ତି । ଟାଟା ମୋଟର୍ସରେ ଚାକିରି କରାଇ ଦେବା ନାଁରେ ଠକେଇ ମାମଲାରେ ଇଡିରେ ହାଜର ହୋଇଛନ୍ତି ଆକାଶ ପାଠକ ।

ଅଭିଯୋଗ ଅନୁସାରେ, ଟାଟା ମୋଟର୍ସ ପାସେଞ୍ଜର ଡିଭିଜନର ଏମଡି ଭାବେ ନିଜର ପରିଚୟ ଦେଇ ଆକାଶ ପାଠକ କୋଟି କୋଟି ଟଙ୍କା ଠକିଛନ୍ତି । ଏପରିକି ଆକାଶ ଅନେକ ଆଶାୟୀଙ୍କୁ ମିଥ୍ୟା ନିଯୁକ୍ତି ପତ୍ର ଦେଇଥିବା ଅଭିଯୋଗ ହୋଇଥିଲା ।

ଗଞ୍ଜାମ ଜିଲ୍ଲାର ପ୍ରାୟ ୧୦୦ ଜଣଙ୍କୁ ଏଭଳି ଭାବେ ଆକାଶ ପାଠକ ଠକିଥିବା ରାଜ୍ୟ କ୍ରାଇମବ୍ରାଞ୍ଚ ଆକଳନ କରିଛି । ଚାକିରି ନାଁରେ ଜଣଙ୍କ ପିଛା ଆକାଶ ପାଠକ ୫ରୁ ୧୦ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା ।

ଠକେଇରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଆକାଶ ପାଠକଙ୍କୁ ସହଯୋଗ କରୁଥିବା ଅଭିଯୋଗରେ ପୂର୍ବରୁ ଗିରଫ ହୋଇଥିଲେ । ପରେ ତାଙ୍କୁ ବେଲ୍ ମିଳିଥିଲା । ୨୦୨୧ ଜୁନ୍ ୨୫ରେ ଆକାଶ ପାଠକ ମଧ୍ୟ ହାଇକୋର୍ଟରେ ଜାମିନ୍ ପାଇଥିଲେ ।

Leave A Reply

Your email address will not be published.