Latest Odisha News

BREAKING NEWS

ଟ୍ରାକକୁ ଫେରୁଛି ଦେଶର ଅର୍ଥନୀତି: ପାଇକାରୀ ମୁଦ୍ରାସ୍ଫୀତି ୫.୮୫%କୁ ଖସିଲା

ନୂଆଦିଲ୍ଲୀ : ଭାରତରେ ହୋଲସୋଲ୍ ଇନଫ୍ଲେସନ୍ (WPI) ବା ପାଇକରୀ ମୁଦ୍ରାସ୍ଫୀତି ନଭେମ୍ୱରରେ କମିଛି । ଅକ୍ଟୋବରରେ WPI ୮.୩୯% ଥିବାବେଳେ ନଭେମ୍ୱରରେ ଏହା ୫.୮୫%କୁ ଖସିଛି । ଯାହା ୨୧ ମାସର ସର୍ବନିମ୍ନ ସ୍ତର । ଗତବର୍ଷ ନଭେମ୍ୱର ମାସରେ WPI ୧୪.୮୭ ଥିଲା । ୨୦୨୨ରେ ଖାଦ୍ୟସାମଗ୍ରୀ, ଧାତବ, ଟେକ୍ସଟାଇଲ, କେମିକାଲ ଓ କେମିକାଲଯୁକ୍ତ ସାମଗ୍ରୀର ମୂଲ୍ୟ ହ୍ରାସ ପାଇଥିବାରୁ ପାଇକାରୀ ମୁଦ୍ରାସ୍ଫୀତି ନିମ୍ନମୁଖୀ ହୋଇଛି ।

୨୦୨୨ରେ କାଗଜ ଓ କାଗଜରୁ ତିଆରି ଉତ୍ପାଦଗୁଡିକର ମୂଲ୍ୟ ମଧ୍ୟ ହ୍ରାସ ହୋଇଛି । ଆଜି ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ମୁଦ୍ରାସ୍ଫୀତି(ଦେଶର ପଣ୍ୟ ଅପେକ୍ଷା ଅର୍ଥର ବୃଦ୍ଧି) ସମ୍ପର୍କିତ ସୂଚନାରେ ଅବଗତ କରାଯାଇଛିଯେ, ମୂଲ୍ୟସ୍ଥିତି ବା ମୁଦ୍ରାସ୍ଫୀତିକୁ କିଛି ଅଂଶରେ ନିୟନ୍ତ୍ରଣ କରାଯାଇପାରିବ ।

ସୂଚନାଯୋଗ୍ୟଯେ ଅଗଷ୍ଟ ମାସରେ WPI ୧୨.୪୧%କୁ ବଢିଥିଲା । ତା ପୂର୍ବ ମାସ ଅର୍ଥାତ ଜୁଲାଇ ମାସରେ WPI ତାଠୁ ଅଧିକ ୧୩.୯୩% ଥିଲା । ଜୁନରେ ୧୫.୧୮% ଓ ୧୫.୮୮%  ପାଇକାରୀ ମୁଦ୍ରାସ୍ଫୀତି ଥିଲା ।

ଦୁଇତଳେ ବାଣିଜ୍ୟ ମନ୍ତ୍ରାଳୟ ଖୁଚୁରା ମୁଦ୍ରାସ୍ଫୀତି ନେଇ ସୂଚନା ଜାରି କରିଥିଲା । ନଭେମ୍ୱର ମାସରେ ଖୁଚୁରା ମୁଦ୍ରାସ୍ଫୀତି ୧୧ ମାସର ନିମ୍ନ ସ୍ତରକୁ ଖସି ୫.୮୮%ରେ ରହିଛି । ଯାହା ଆରବିଆଇର ଧାର୍ଯ୍ୟ ସୀମା ପାଖାପାଖି  । ଉଭୟ ଖୁଚୁରା ଓ ପାଇକାରୀ ମୁଦ୍ରାସ୍ଫୀତି କମିଥିବାରୁ ଦେଶର ଆର୍ଥିକ ବିକାଶ ଟ୍ରାକରେ ଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.