Latest Odisha News

BREAKING NEWS

ଓଡ଼ିଶା ସମେତ ୩ଟି ରାଜ୍ୟକୁ ଯୋଗ ଓ ନେଚରପ୍ୟାଥି କେନ୍ଦ୍ରୀୟ ଗବେଷଣା ପ୍ରତିଷ୍ଠାନ ପାଇଁ ପାଣ୍ଠି ପ୍ରଦାନ

ଭୁବନେଶ୍ୱର: ଓଡିଶା, ହରିଆନା ଓ କର୍ଣ୍ଣାଟକରେ କେନ୍ଦ୍ରୀୟ ଯୋଗ ଓ ନେଚରପ୍ୟାଥି ପ୍ରତିଷ୍ଠାନ କେନ୍ଦ୍ର ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ପାଣ୍ଠି ଯୋଗାଣ ଆରମ୍ଭ କରିଛନ୍ତି ।

ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, କେରଳ, ପଶ୍ଚିମବଙ୍ଗ, ରାଜସ୍ଥାନ, ଝାଡଖଣ୍ଡ, ଛତିଶଗଡ, କର୍ଣ୍ଣାଟକ ଏବଂ ହରିଆନା ଆଦି ରାଜ୍ୟରେ କେନ୍ଦ୍ରୀୟ ଯୋଗ ଓ ନେଚରପ୍ୟାଥି ପ୍ରତିଷ୍ଠାନ ଖୋଲିବା ପାଇଁ ଜମି ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ର ସରକାର।

ଯୋଗ ଓ ନେଚରପ୍ୟାଥି କେନ୍ଦ୍ରୀୟ ଗବେଷଣା ପରିଷଦ ଆୟୂଷ ମନ୍ତ୍ରଣାଳୟ ଅଧୀନରେ ଏକ ସ୍ୱୟଂଶାସିତ ସଂସ୍ଥାଭାବେ କାର‌୍ୟ୍ୟ କରୁଛି ।

ଆଜି ରାଜ୍ୟସଭାରେ ଏ ସଂପର୍କ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଛନ୍ତି ଯେ କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ୩ଟି ରାଜ୍ୟକୁ ୧୨୧ କୋଟିରୁ ଅଧିକ ଟଙ୍କା ଯୋଗାଇ ଦେଇଛନ୍ତି ।

ହରିୟାଣାକୁ ଦିଆଯାଇଥିବା ୫୯.୨୧ କୋଟି ଟଙ୍କା ମଧ୍ୟରୁ ୫୬.୫୫ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି । ସେହିଭଳି କର୍ଣ୍ଣାଟକକୁ ଦିଆଯାଇଥିବା ୫୯.୬୭ କୋଟି ଟଙ୍କା ମଧ୍ୟରୁ ୫୬.୩୫ କୋଟି ଟଙ୍କା ବିନିଯୋଗ ହୋଇଛି ।

ଓଡ଼ିଶା ସରକାରଙ୍କୁ ଏହି କେନ୍ଦ୍ର ସ୍ଥାପନ ପାଇଁ ଯୋଗାଇ ଦିଆଯାଇଥିବା ୧.୫୮ କୋଟି ଟଙ୍କା ମଧ୍ୟରୁ ୯ ଲକ୍ଷ ଟଙ୍କା ବିନିଯୋଗ ହୋଇଛି ।

ଅନ୍ୟ ୬ଟି ରାଜ୍ୟ ସରକାର ଏଥିପାଇଁ ଜମି ଏବଂ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଛନ୍ତି ଏବଂ ପର‌୍ୟ୍ୟାୟକ୍ରମେ ସେସବୁ ରାଜ୍ୟକୁ କେନ୍ଦ୍ରୀୟ ସହାୟତା ପ୍ରଦାନ କରାଯିବ ବୋଲି ଡ. ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.