Latest Odisha News

ଦେଢବର୍ଷ ପରେ ଶୌଚାଳୟରୁ ଉଦ୍ଧାର ହେଲେ ମହିଳା !

ହରିୟାଣା: ଜଣେ ୩୫ ବର୍ଷୀୟା ମହିଳାଙ୍କୁ ଶୌଚାଳୟରେ ରହିବାକୁ ବାଧ୍ୟ କରାଯାଇଥିଲା । ଦିନେ କି ଦୁଇଦିନ ନୁହେଁ ବରଂ ଦୀର୍ଘ ଦେଢ ବର୍ଷ ଧରି ସେ ଶୌଚାଳୟରେ ବନ୍ଦ ଥିଲେ । ତେବେ ଏପରି ଅମାନବୀୟ ଘଟଣା ଅନ୍ୟ କେହି ନୁହେଁ ବରଂ ଖୋଦ ସେହି ମହିଳାଙ୍କ ସ୍ୱାମୀ ହିଁ ଘଟାଇଥିଲେ ।

ପାନିପତ ଜିଲ୍ଲାର ଋଷିପୁର ଜିଲ୍ଲାରେ ସାମ୍ନାକୁ ଆସିଛି ଏପରି ଘଟଣା । ତିନୋଟି ସନ୍ତାନ ଜନନୀଙ୍କୁ ଏକ ଛୋଟ ତଥା ଦୁର୍ଗନ୍ଧମୟ ଶୌଚାଳୟରୁ ଜିଲ୍ଲା ପ୍ରଶାସନ ଓ ଶିଶୁ କଲ୍ୟାଣ ବିଭାଗ ବୁଧବାର ଉଦ୍ଧାର କରିଥିଲା । ମହିଳାଙ୍କୁ ପ୍ରଥମେ ହସ୍ପିଟାଲରେ ଡାକ୍ତରୀ ମାଇନା କରାଇବା ପରେ ଜଣେ ସଂପର୍କୀୟଙ୍କ ଘରେ ରଖାଯାଇଛି ।

ତଦନ୍ତରୁ ଜଣାପଡିଛି ମହିଳା ଜଣକ କୁପୋଷଣର ଶିକାର ହୋଇଛନ୍ତି । ଅତ୍ୟଧିକ ଦୁର୍ବଳ ହୋଇପଡିଥିବା ମହିଳା ଜଣକ ୮ଟି ରୁଟି ଖାଇବା ପରେ ତାଙ୍କ ଚେହେରାରେ ହସ ଦେଖିବାକୁ ମିଳିଥିଲା ।

ଅନ୍ୟପଟେ ମହିଳାଙ୍କ ସ୍ୱାମୀଙ୍କ ଅନୁଯାୟୀ ମାନସିକ ସ୍ଥିତି ଭଲ ନଥିବାରୁ ସେ ଏପରି କରିଥିଲେ । ହେଲେ ମହିଳା ଜଣକ ସମସ୍ତ ପରିବାର ଲୋକଙ୍କୁ ଚିହ୍ନିବା ପରେ ଏବେ ତାଙ୍କ ସ୍ୱାମୀ ସନ୍ଦେହ ଘେରକୁ ଆସିଛନ୍ତି । ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଏତଲା କ୍ରମେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି ପୋଲିସ ପଚରାଉଚରା ଚଳାଇଛି ।

Leave A Reply

Your email address will not be published.