Latest Odisha News

BREAKING NEWS

ଓଡିଶାରେ ଫସିରହିଥିବା ଅନ୍ୟ ରାଜ୍ୟର ଶ୍ରମିକଙ୍କ ସହାୟତା ପାଇଁ ୮ ଆଇଏଏସ ଅଧିକାରୀ ନିଯୁକ୍ତ

ଭୁବନେଶ୍ୱର: ଓଡିଶା ସରକାର ରବିବାର ଦିନ ବିଭିନ୍ନ ରାଜ୍ୟର ଶ୍ରମିକଙ୍କ ସମସ୍ୟାର ସମାଧାନ କରିବା ପାଇଁ ନୋଡାଲ ଅଧିକାରୀ ନିଯୁକ୍ତ କରିଛନ୍ତି । କରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ଦେଶରେ ୨୧ ଦିନିଆ ଲକଡାଉନ ଲାଗୁ ହୋଇଛି । ସେଥିପାଇଁ ଓଡିଶାର ଭିନ୍ନ ଭିନ୍ନ ସ୍ଥାନରେ ଅଟକି ରହିଥିବା କିମ୍ବା ଫସି ରହିଥିବା ଶ୍ରମିକଙ୍କୁ ନୋଡାଲ ଅଧିକାରୀମାନେ ସହାୟତା କରିବେ ।

ନୋଡାଲ ଅଧିକାରୀମାନେ ସେମାନଙ୍କ ରହିବା ଓ ସମସ୍ତ ଆବଶ୍ୟକୀୟ ସହାୟତା ପ୍ରଦାନ କରିବେ । ଯଦ୍ୱାରା ସେମାନେ ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ଏନେଇ ସାଧାରଣ ପ୍ରଶାସନ ଦ୍ୱାରା ଅଧିସୂଚନା ଜାରି କରାଯାଇଛି ।

ଲକଡାଉନ ସମୟରେ ଓଡିଶାରେ ଅଟକି ରହିଥିବା ବିଭିନ୍ନ ରାଜ୍ୟର ଲୋକଙ୍କୁ ସମସ୍ତ ସହାୟତା ପ୍ରଦାନ କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନ୍ୟ ରାଜ୍ୟ ସରକାରଙ୍କୁ ଆଶ୍ୱାସନା ଦେଇଥିଲେ ।

Leave A Reply

Your email address will not be published.