Latest Odisha News

BREAKING NEWS

ହସ୍ପିଟାଲରୁ ବିଧାନସଭା ଅଧିବେଶନରେ ଯୋଡ଼ି ହେଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର: ହସ୍ପିଟାଲରୁ ବିଧାନସଭା ଅଦିବେଶନରେ ଯୋଡ଼ି ହେଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ଭିଡିଓ କନଫରେନ୍ସିଂ ଜରିଆରେ ସେ ମୌସୁମୀ ଅଧିବେଶନର ଗୃହ କାର୍ଯ୍ୟରେ ସାମିଲ ହୋଇଛନ୍ତି । ଏହାପରେ ଟ୍ୱିଟ୍ କରି ଜଣାଇଛନ୍ତି ପ୍ରଦୀପ୍ତ ନାଏକ । ସେ ଲେଖିଛନ୍ତି, ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହୋଇନାହିଁ । କିନ୍ତୁ ଲୋକମାନେ ଦେଇଥିବା ଦାୟିତ୍ୱ ସବୁବେଳେ ତାଙ୍କର ପ୍ରାଥମିକତାରେ ରହିଆସିଛି ।

ବିଧାନସଭାର ଏହି ଅଧିବେଶନରେ ଗୃହରେ ଉପସ୍ଥିତ ହୋଇ ନପାରିଲେ ମଧ୍ୟ ଡାକ୍ତରଖାନାରୁ ଭର୍ଚୁଆଲ ମାଧ୍ୟମରେ ଉପସ୍ଥିତ ରହିବେ । ଓଡ଼ିଶାର ଲୋକଙ୍କ ସମସ୍ୟା ସବୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଟ୍ୱିଟ୍ କରି ଜଣାଇଛନ୍ତି ପ୍ରଦୀପ୍ତ ନାଏକ ।

କୋଭିଡ୍ ସଂକ୍ରମିତ ହେବା ପରେ ଦୀର୍ଘ ମାସ ହେବ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅଛନ୍ତି ବିରୋଧୀ ଦଳ ନେତା । ଏବେ ସେ ସୁସ୍ଥ ଅନୁଭବ କରୁଛନ୍ତି । ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହେବାକୁ ଆଉ କିଛି ଦିନ ଲାଗିପାରେ ।

Leave A Reply

Your email address will not be published.