ଭୁବନେଶ୍ବର: ଆଜି ବି ଚାଲିପାରୁନି ଗୃହକାର୍ଯ୍ୟ । ତୃତୀୟ ଦିନରେ ଗୃହ ଆରମ୍ଭରୁ ଚାଲିପାରି ନାହିଁ । ସୋମବାର ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଲେ ବାଚସ୍ପତି ସୁରମା ପାଢ଼ୀ । ସାର ପ୍ରସଙ୍ଗରେ ବିଜେଡି ବିଧାୟକ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । ଯାହା ଫଳରେ ଗୃହକୁ ମୁଲତବୀ ରଖିଲେ ବାଚସ୍ପତି ।
ଗୃହ ଆରମ୍ଭରୁ ଜର୍ଜ ତିର୍କିଙ୍କ ପରଲୋକ ଉପରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶୋକ ପ୍ରସ୍ତାବକୁ ସମର୍ଥନ କରିଥିଲେ ବିରୋଧୀ ଦଳ ଉପନେତା ଓ କଂଗ୍ରେସ ବିଧାୟକ ଦଳ ନେତା । ଏହାପରେ ପୁଣି ଆରମ୍ଭ ହୋଇଥିଲା ହଟ୍ଟଗୋଳ। ହଙ୍ଗାମା ଭିତରେ ବିଧାନସଭା ଗୃହ ଚାଲିପାରି ନାହିଁ । ସାର ପ୍ରସଙ୍ଗରେ ପୁଣିଥରେ ବିରୋଧି ହଟ୍ଟଗୋଳ କରିଥିଲେ ।
ବାଚସ୍ପତିଙ୍କ ପୋଡ଼ିୟମ୍ ତଳେ ହୋହଲ୍ଲା ସହ ନାରାବାଜି କରିଥିଲେ ବିରୋଧୀ ସଦସ୍ୟ । ଫଳରେ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ରଖିଥିଲେ ବାଚସ୍ପତି । ତେବେ ଅପରାହ୍ନରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା । ଗୃହର ମଧ୍ୟଭାଗରେ ହଟ୍ଟଗୋଳ କରିଥିଲେ ବିଜେଡି ବିଧାୟକ ।
Comments are closed.