ଭୂୁବନେଶ୍ୱର: ଆଜି ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନ । ତେବେ ଦ୍ୱିତୀୟ ଦିନରେ ଗୃହ ଆରମ୍ଭରୁ ହିଁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି । ସାମ୍ବାଦିକଙ୍କ ଉପରୁ ରୁଲିଂ ପ୍ରତ୍ୟାହାର ଦାବିରେ ବିରୋଧୀଙ୍କ ପ୍ରବଳ ହଙ୍ଗାମା ଯୋଗୁଁ ବାଚସ୍ପତି ସୂର୍ଯ୍ୟ ନାରାୟାଣ ପାତ୍ର ଗୃହକୁ ଅପରାହ୍ନ ୩ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି ।
ଆଜି ପ୍ରଶ୍ନକାଳ ଆରମ୍ଭରୁ ବାଚସ୍ପତିଙ୍କ ରୁଲିଂ ପ୍ରତ୍ୟାହାର ଦାବିରେ ଅଡି ବସିଥିଲେ ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟ । ଫଳରେ ଗୃହକୁ ପ୍ରଥମେ ଦିନ ସାଢ଼େ ୧୧ଟା ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା । ପରେ ସାଢ଼େ ୧୧ଟାରେ ଗୃହ ଚାଲିଥିଲା । କିନ୍ତୁ ୪ ମିନିଟ୍ ଚାଲିବା ପରେ ପୁଣି ବାଚସ୍ପତିଙ୍କ ରୁଲିଂକୁ ବିରୋଧ କରି କଂଗ୍ରେସ ଓ ବିଜେପି ବିଧାୟକମାନେ ଗୃହର ମଧ୍ୟ ଭାଗକୁ ଆସି ହୋହାଲ୍ଳା କରିଥିଲେ । ଫଳରେ ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିପାରିନଥିଲା । ବିରୋଧୀଙ୍କ ହଙ୍ଗମା ଯୋଗୁଁ ଗୃହକୁ ୩ଟା ଯାଏଁ ବାଚସ୍ପତି ମୁଲତବୀ ଘୋଷଣା କରିଛନ୍ତି ।
BREAKING NEWS
- ଦୁର୍ବଳ ହେଉଛି ‘ଫେଙ୍ଗଲ’: ସରିଲା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା
- ପୋଲିସ ମୁଖିଆ ମହାମେଳି: ଶେଷଦିନରେ କେଉଁ ସବୁ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ?
- ଡବ୍ଲ୍ୟୁଟିସି: ଶ୍ରୀଲଙ୍କା ବିପକ୍ଷରେ ଦକ୍ଷିଣ ଆଫ୍ରିକାର ବିଜୟ ନେଇ ଚିନ୍ତାରେ ଟିମ ଇଣ୍ଡିଆ
- ରାଜ୍ୟ ବିଜେପି ମୁଖିଆଙ୍କ ଆଗରେ ଜୟନାରାୟଣଙ୍କ ବିସ୍ଫୋରକ ବୟାନ, ତାଙ୍କ ପଛରେ କିଏ ଲାଗିଛି ?
- ୫ ପୂର୍ବତନ ସରପଞ୍ଚଙ୍କ ସମେତ ୧୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କଲେ ଭିଜିଲାନ୍ସ କୋର୍ଟ
- ଏଠାରେ ଚୁକ୍ତି କଲେ ମିଳିଥାଏ ପତ୍ନୀ
- ବାପାଙ୍କ ଟ୍ରାକ୍ଟର ତଳେ ଚାଲିଗଲା ୪ ବର୍ଷର ପୁଅ ଜୀବନ
- ମହାରାଷ୍ଟ୍ର: ସରକାର ଗଠନ ପୂର୍ବରୁ ଏକନାଥ ସିନ୍ଦେ ଅସୁସ୍ଥ
- ଟ୍ରମ୍ପଙ୍କ ଶପଥ ଗ୍ରହଣ ପୂର୍ବରୁ ଫେରିବାକୁ ବିଦେଶୀ ଛାତ୍ରଛାତ୍ରୀଙ୍କୁ ଅପିଲ୍
- ପୁଣି ଅରବିନ୍ଦ କେଜରିୱାଲଙ୍କ ଉପରେ ଆକ୍ରମଣ, ବିଜେପିକୁ ଦାୟୀ କଲା ଆପ୍
Comments are closed.