Latest Odisha News

BREAKING NEWS

ହୋମ୍ ଆଇସୋଲେସନରେ କେମିତି ଖାଇବେ ଫାଭିପିରାଭିର୍ ଟାବଲେଟ୍, ସ୍ୱାସ୍ଥ୍ୟ ବିଭାଗର SOP

ଭୁବନେଶ୍ୱର: ରାଜ୍ୟରେ ହୋମ୍ ଆଇସୋଲେସନରେ ଥିବା କରୋନା ଆକ୍ରାନ୍ତଙ୍କୁ ଏଣିକି ଫାଭିପିରାଭିର୍ ଟାବଲେଟ୍ ଦିଆଯାଇ ପାରିବ । ଏଥିପାଇଁ ଏସଓପି ଜାରି କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । କେମିତି ଓ କେଉଁ ପରିସ୍ଥିତିରେ କରୋନା ରୋଗୀଙ୍କ ଏହି ଔଷଧ ହୋମ୍ ଆଇସୋଲେସନ ବେଳେ ଦିଆାଇପାରିବ ସେନେଇ ସବୁ ଜିଲ୍ଲାର ଜିଲ୍ଲାପାଳ, ମହାନଗର ନିଗମ କମିଶନର, ସିଡିଏମ୍ଓଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ।
SOPରେ କଣ ରହିଛି ?
➡️ କରୋନା ଲକ୍ଷଣ ନଥିବା ଓ ସାମାନ୍ୟ ଲକ୍ଷଣଯୁକ୍ତ ଆକ୍ରାନ୍ତଙ୍କୁ ହୋମ୍ ଆଇସୋଲେସନରେ ରହିବା ପାଇଁ ସରକାର ଅନୁମତି ଦେଇଛନ୍ତି । ଏଣିକି ସ୍ୱୀକୃତିପ୍ରାପ୍ତ ଡାକ୍ତରଙ୍କ ପରାମର୍ଶ କ୍ରମେ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପରେ ଆକ୍ରାନ୍ତଙ୍କୁ ଦିଆଯାଇପାରିବ ଫାଭିପିରାଭିର୍ ଟାବଲେଟ୍। ଏଥିପାଇଁ ଆକ୍ରାନ୍ତ ଲିଖିତ ଭାବରେ ଅନୁମତି ଦେବେ ।

➡️ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଫାଭିପିରାଭିର୍ ଟାବଲେଟ୍ ଦିଆଯାଉଥିବା ଆକ୍ରାନ୍ତଙ୍କୁ ଏସମ୍ପର୍କରେ ସମସ୍ତ ତଥ୍ୟ ପ୍ରଦାନ କରିବେ ରାପିଡ ରେସପନ୍ସ ଟିମ୍ । ଔଷଧ ସେବନର ସାଇଡ ଇଫେକ୍ଟ, ସତର୍କତାମୂଳକ ପଦକ୍ଷେପ ସମ୍ପର୍କରେ ଅବଗତ କରାଇବେ ।

➡️ ରାପିଡ୍ ରେସପନ୍ସ ଟିମ୍ ଆକ୍ରାନ୍ତଙ୍କଠାରୁ ଲିଖିତ ଭାବରେ ସମସ୍ତ ତଥ୍ୟ ଆଣିବା ପରେ ନିୟମ ଅନୁସାରେ ପାଞ୍ଚ ଦିନ ପାଇଁ ଫାଭିପିରାଭିର୍ ଟାବଲେଟ୍ ପ୍ରଦାନ କରିବେ । ଆକ୍ରାନ୍ତଙ୍କ ପ୍ରଦାନ କରାଯିବ ଔଷଧ ବ୍ୟବହାର ସୂଚନା ଫଳକ । କେମିତି ଖାଇବେ ଓ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଲେ କାହାକୁ ଯୋଗାଯୋଗ କରିବେ ସମସ୍ତ ସୂଚନା ଦିଆଯିବ ।

➡️ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଫାଭିପିରାଭିର୍ ଟାବଲେଟର ଡୋଜ୍ ଖାଇବେ ଆକ୍ରାନ୍ତ । ଛୋଟ ଛୁଆ ଓ ଗର୍ଭବତୀଙ୍କୁ ଏହି ମେଡିସିନ୍ ଖାଇବାକୁ ବାରଣ କରାଯାଇଛି ।

ହୋମ୍ ଆଇସୋଲେସନରେ ଥିବା କରୋନା ଆକ୍ରାନ୍ତଙ୍କୁ ଫାଭିପିରାଭିର ଟାବଲେଟ୍ ଦେବା ବେଳେ ଏବଳି ଗୁରୁତ୍ୱପୂର୍ଣ୍ଣ ଦିଗକୁ ବିଶେଷ ଭାବରେ ଧ୍ୟାନ ଦେବାକୁ କହିଛି ସ୍ୱାସ୍ଥ୍ୟ ବିଭାଗ।

Leave A Reply

Your email address will not be published.