Latest Odisha News

ରାଜ୍ୟରେ ଦିନ ୩ଟା ସୁଦ୍ଧା ୫୨.୯୧ ପ୍ରତିଶତ ମତଦାନ

ଭୁବନେଶ୍ବର: ରାଜ୍ୟରେ ଚାଲିଛି ପ୍ରଥମ ପ୍ରର୍ଯ୍ୟାୟ ମତଦାନ । ଭୋଟ୍ ଦେଇ ନିଜର ମତ ସାବ୍ୟସ୍ତ କରୁଛନ୍ତି ଲୋକେ । ତେବେ ଅପରାହ୍ନ ୩ଟା ସୁଦ୍ଧା ୫୨.୯୧ ପ୍ରତିଶତ ମତଦାନ ହୋଇଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ।

ସେଥିମଧ୍ୟରୁ ସର୍ବାଧିକ କଳାହାଣ୍ଡିରେ ୫୮ ପ୍ରତିଶତ, ଏହାପରେ ନବରଙ୍ଗପୁରରେ ୫୬.୭୬ ପ୍ରତିଶତ, କୋରାପୁଟରେ ୫୩.୨୭ ପ୍ରତିଶତ, ମାଲକାନଗିରିରେ ୫୩.୬୪ ପ୍ରତିଶତ, ରାୟଗଡାରେ ୫୩.୬୦ ପ୍ରତିଶତ, ଗଜପତିରେ ୪୫.୨୯ ପ୍ରତିଶତ ଓ ସବୁଠାରୁ କମ୍‌ ବ୍ରହ୍ମପୁର ୪୪.୬୫ ପ୍ରତିଶତ ମତଦାନ ହୋଇଛି ।

Comments are closed.