ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରର ଚତୁଃପାଶ୍ୱର୍ରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ସୋମବାର ସକାଳୁ ଆରମ୍ଭ ହୋଇଯାଇଛି ।
ମିଳିଥିବା ସୂଚନାନୁଯାୟୀ ଶ୍ରୀମନ୍ଦିରର ମେଘନାଦ ପାଚେରୀକୁ ଲାଗିଥିବା ସରକାରୀ ତଥା କିଛି ଘରୋଇ ନିର୍ମାଣ ଗୁଡିକୁ ଆଜି ସକାଳ ପ୍ରାୟ ୬ଟାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉଛି।
ଏହି ଅବସରରେ କୌଣସି ପ୍ରକାରର ଅପ୍ରିତିକର ପରିସ୍ଥିତ ଏଡାଇବାକୁ ଯାଇ ଘଟଣାସ୍ଥଳରେ ପୁରୀ ଜିଲ୍ଲାପାଳ ବଳବନ୍ତ ସିଂହ ଓ ଏସପି ଉମାଶଙ୍କର ଦାସଙ୍କ ସମେତ ୮ ଜଣ ମାଜିଷ୍ଟ୍ରେଟ୍ ଏବଂ ୨୪ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ଥିବା ଜଣାପଡିଛି ।
ସୂଚନାଯୋଗ୍ୟ, ଗତ ଅଗଷ୍ଟ ୧୬ ତାରିଖ ଦିନ ଓଡିଶା କ୍ୟାବିନେଟରେ ଜଷ୍ଟିସ୍ ବିପି ଦାସ କମିଶନଙ୍କ ସୁପାରିଶ କ୍ରମେ ଶ୍ରୀଜଗନ୍ନାଥ ମନ୍ଦିରର ଚାରି ପାଶ୍ୱର୍ରୁ ପ୍ରାୟ ୭୫ମି. ପର୍ଯ୍ୟନ୍ତ ସ୍ଥାନ ଖାଲି କରିବା ଲାଗି ନିଷ୍ପତ୍ତି ହୋଇଥିଲା । ଯାହାକୁ ପୂର୍ବରୁ ସ୍ଥାନୀୟ ବାସିନ୍ଦା ଓ ସେବାୟତମାନେ ଘୋର ବିରୋଧ କରିଥିଲେ । “ଏହା ବିରୋଧରେ ଦରକାର ପଡିଲେ ଆମେମାନେ ହାଇକୋର୍ଟର ଦ୍ୱାରସ୍ଥ ହେବୁ” ବୋଲି ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।