କଟକ: ଅଫେରା ରାଇଜରେ ମିହିର ଦାସ । ଜୀବନ ରଙ୍ଗମଞ୍ଚରେ ଅଭିନୟ ସାରି ସେ ବାହୁଡ଼ି ଯାଇଛନ୍ତି । ଆଜି ପଞ୍ଚଭୂତରେ ଲୀନ ହୋଇଛନ୍ତି ଓଡ଼ିଉଡର ଲୋକପ୍ରିୟ ତଥା ବରିଷ୍ଠ ଅଭିନେତା ମିହିର ଦାସ । କଟକ ସତୀଚଉରା ସ୍ଥିତ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଅନ୍ତିମ ସଂସ୍କାର ହୋଇଛି । ପୁଅ ଅମ୍ଳାନ ବାପାଙ୍କୁ ମୁଖାଗ୍ନି ଦେଇଥିଲେ । ମିହିର ଦାସଙ୍କ ଅନ୍ତିମ ସଂସ୍କାର ବେଳେ ସତୀଚଉରା ଶ୍ମଶାନଘାଟ ଶୋକର ବୁଡ଼ିଥିଲା । ଲୁହ ଓ କୋହରେ ବିଦାୟ ଜଣାଇଲେ ଶୁଭେଚ୍ଛୁ ଓ ଆତ୍ମୀୟ ।

ନିଜ ପ୍ରିୟ ଅଭିନେତା, ମେଳାପୀ ମଣିଷକୁ ବିଦାୟ ଦେଇଥିଲା ପୁରା ଓଲିଉଡ୍ । ବହୁ ବରିଷ୍ଠ କଳାକାର, ସିନେ ତାରକା, ପ୍ରଯୋଜକ, ନିର୍ଦ୍ଦେଶକ, ରାଜନେତା ମିହିର ଦାସଙ୍କୁ ଜଣାଇଥିଲେ ଅନ୍ତିମ ବିଦାୟ । ଝିପିଝିପି ବର୍ଷା ସତ୍ତ୍ୱେ ଶ୍ମଶାନଘାଟରେ ପହଞ୍ଚିଥିଲେ ସିଦ୍ଧାନ୍ତ ମହାପାତ୍ର, ଉଷସୀ ମିଶ୍ର, ଶ୍ରୀତମ ଦାସ, ବିଧାୟକ ମହମ୍ମଦ ମୋକିମ୍, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଓ ସିନେ ଦୁନିଆର ବ୍ୟକ୍ତିକ୍ତ ।
ଗତକାଲି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ମିହିର ଦାସ । ତାଙ୍କ ପାର୍ଥିବ ଶରୀରକୁ ଅନ୍ତିମ ଦର୍ଶନ ପାଇଁ କଟକ ସ୍ଥିତ ବାସଭବନରେ ରଖାଯାଇଥିଲା । ଆଜି ସକାଳୁ ଶୋଭାଯାତ୍ରାରେ ନିଆଯାଇଥିଲା ସତୀଚଉରା ଶ୍ମଶାନଘାଟ । ସେଠାରେ ପ୍ରଶାସନ ପକ୍ଷରୁ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ପରେ ନ୍ତିମ ବିଦାୟ ନେଇଥିଲେ ମିହିର ଦାସ ।
ଦୀର୍ଘ ଚାରି ଦଶନ୍ଧି ଧରି ଓଡ଼ିଆ ଫିଲ୍ମ ଦୁନିଆରେ ଅଭିନୟର ଛାପ ଛାଡିଥିଲେ ମିହିର ଦାସ । ଜଣେ ଭର୍ସାଟାଇଲ୍ ଅଭିନେତା ଥିଲେ । ହିରୋ, ଆଣ୍ଟି ହିରୋ, କମେଡି, ବାପା, ଭାଇ ଆଦି ଭୂମିକାରେ ସେ ନିଖୁଣ ଅଭିନୟ କରି ପାରୁଥିଲେ । ଜଣେ ସାଦାସିଧା ଓ ଅତ୍ୟନ୍ତ ମେଳାପି ମଣିଷ ଥିଲେ । ତାଙ୍କ ଅବର୍ତ୍ତମାନରେ କାନ୍ଦୁଛି ଓଲିଉଡ୍ । ଓଡ଼ିଶା କଳା ଦୁନିଆ ସ୍ତବ୍ଧ ହୋଇଯାଇଛି ।

BREAKING NEWS
- Odisha Parab 2026: ଓଡ଼ିଶା ପରବ ୨୦୨୬ ଉଦ୍ଘାଟିତ; ଆସାମରେ ଓଡ଼ିଶାର ସାଂସ୍କୃତିକ ଓ ପର୍ଯ୍ୟଟନ ବୈଭବ ପ୍ରଦର୍ଶିତ
- ଆନ୍ତର୍ଜାତୀୟ ସ୍ତରରେ ସଫଳତା ପାଇଁ ଓଡ଼ିଶାର କ୍ରୀଡ଼ାବିତ୍ଙ୍କୁ ସମ୍ମାନିତ କଲେ କ୍ରୀଡ଼ା ମନ୍ତ୍ରୀ
- ଝିଅ ବେକରେ ଛୁରୀ ଲଗେଇ କାଉନସିଲରଙ୍କ ଘରୁ ଲୁଟ୍
- ଦର୍ଶକଙ୍କ ଉଡ଼ାଇବ ହୋସ୍ ଓଡ଼ିଆ ହରର ଥ୍ରୀଲର ଫିଲ୍ମ ‘ମିଡ୍ ନାଇଟ’; ଏହି ଦିନ ପରଦାକୁ ଆସିବ
- ବିଶ୍ୱ ବ୍ୟାଙ୍କ ଠାରୁ ଋଣ କରିବାକୁ ଚାହୁଁଛନ୍ତି କି ରାଜ୍ୟ ସରକାର: ବିଜେଡି
- ୨୧ ଫେରିବାଲାଙ୍କୁ ବାନ୍ଧିଲା ପୋଲିସ; ୧୦୬୬ ମୋବାଇଲ ସହ ଅଳଙ୍କାର,ବାଇକ୍ ଜବତ
- ୩ ବରିଷ୍ଠ ଆଇଏଏସଙ୍କୁ ପଦୋନ୍ନତି ଦେଲେ ଓଡ଼ିଶା ସରକାର
- ଅଷ୍ଟ୍ରେଲିଆନ ଓପନ ଟେନିସ: ର୍ୟାବକିନା ଜିତିଲେ ମହିଳା ସିଙ୍ଗଲ୍ସ ଟାଇଟଲ
- ଇରାନରେ ଜୋରଦାର ବିସ୍ଫୋରଣ; ପୋର୍ଟ ଓ ଆବାସିକ କୋଠା କ୍ଷତିଗ୍ରସ୍ତ…
- ୧୦ ବିଭାଗର ୧୨ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁର; ନିର୍ମାଣ ହେବ ପ୍ରତିରକ୍ଷା ଏବଂ ଏରୋସ୍ପେସ ସାମଗ୍ରୀ
Comments are closed.