Latest Odisha News

BREAKING NEWS

ରାଜ୍ୟ ସରକାର ତୁରନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କ ଲାଗି କୃଷିଋଣ ଛାଡ କରିବାକୁ ବିଜେପିର ଦାବି

ଭୁବନେଶ୍ୱର : ପଶ୍ଚିମ ଓଡିଶାରେ ସ୍ୱଳ୍ପ ବୃଷ୍ଟିପାତ ଏବଂ ଜଳ ସେଚନର ଅଭାବ ଯୋଗୁଁ ଫସଲ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଛି । ରାଜ୍ୟ ସରକାର ଚାଷୀମାନଙ୍କ ପାଇଁ କୌଣସି ପଦକ୍ଷପେ ଗ୍ରହଣ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି ।

ବିଜେପୁର ନିର୍ବାଚନ ପୂର୍ବରୁ ପାର୍ବତୀଗିରି ମେଗା ଜଳସେଚନ ପ୍ରକଳ୍ପ ଏବଂ ଗଙ୍ଗାଧର ମେହର ଲିଫ୍ଟ କେନାଲ ପ୍ରକଳ୍ପର ଘୋଷଣା କରି ମଧ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟକାରି ହୋଇପାରିନାହିଁ । ରାଜ୍ୟ ସରକାର କେବଳ ଘୋଷଣା ସର୍ବସ୍ୱ ସରକାର ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ରାଜ୍ୟର ଯେଉଁ ବ୍ଲକ ମାନଙ୍କରେ ମରୁଡି ହୋଇଛି ତାକୁ ରାଜ୍ୟ ସରକାର ତୁରନ୍ତ ମରୁଡି ଘୋଷଣା କରି କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସଠିକ୍ କ୍ଷତିପୂରଣ ଦେବା ସହ କୃଷିଋଣ ଛାଡ କରିବା ପାଇଁ ଶ୍ରୀ ମହାନ୍ତି ଦାବି କରିଛନ୍ତି ।

ରାଜ୍ୟ ସରକାର ଚାଷୀ ବିରୋଧୀ ନୀତି ଅବଲମ୍ବନ କଲେ ଆଗାମୀ ଦିନରେ ରାଜ୍ୟର କୃଷକ ଭାଇମାନଙ୍କ ହିତକୁ ଆଖି ଆଗରେ ରଖି ଭାରତୀୟ ଜନତା ପାର୍ଟି ରାଜ ରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Leave A Reply

Your email address will not be published.