Latest Odisha News

BREAKING NEWS

U-୧୮ ଏସୀୟ ରଗବୀ ଚାମ୍ପିୟନ୍ସିପ୍ ଓଡ଼ିଶାରେ ଆରମ୍ଭ, ଭାରତୀୟ ଦଳରେ ୫ ଓଡ଼ିଆ ଝିଅ

U-18 ଏସୀୟ ରଗବୀ ଚାମ୍ପିୟନ୍ସିପ୍ ଆଜିଠୁ ଓଡ଼ିଶାରେ ଆରମ୍ଭ, ଦଳରେ ୫ ଓଡ଼ିଆ ଝିଅ
ଭୁବନେଶ୍ୱର: ଆଜିଠୁ ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ୧୨ଟି ଏସୀୟ ଦେଶକୁ ନେଇ ଆରମ୍ଭ ହେଉଛି U-୧୮ ଏସୀୟ ରଗବୀ ଚାମ୍ପିୟନସିପ ।

କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବାକୁ ଥିବା ଏହି ଏସୀୟ ଚାମ୍ପିୟନସିପରେ ଓଡ଼ିଶାରୁ ୫ ଜଣ ଓଡ଼ିଆ ଝିଅ ଭାରତୀୟ ଦଳକୁ ପ୍ରତିନିଧିତ୍ୱ କରୁଛନ୍ତି ।

ରଗବୀ ଇଣ୍ଡିଆ ପକ୍ଷରୁ ଶୁକ୍ରବାର ଦିନ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ୨୦୧୮ ପାଇଁ ଘୋଷିତ ୧୮ ବର୍ଷରୁ କମ୍ ବାଳିକା ଭାରତୀୟ ଦଳରେ ଓଡିଶାରୁ ୫ଜଣ ଝିଅ ସ୍ଥାନ ପାଇଥିବା ସୂଚନା ମିଳିଛି । ଭାରତୀୟ ଦଳରେ ସ୍ଥାନ ପାଇଥିବା ଏହି ୫ ଜଣ ଓଡ଼ିଆ ଝିଅମାନେ ହେଲେ – ସୁମିତ୍ରା ନାୟକ (ଉପ-ଅଧିନାୟିକା), ସୋନୀ ମନ୍ଦାଙ୍ଗୀ, ଜେମାମଣୀ ନାଏକ, ଲିଜା ସରଦାର ଏବଂ ପାର୍ବତୀ କିସ୍କୁ ।

ଏହି ଭାରତୀୟ ଦଳ ପ୍ରଥମଥର ଲାଗି ଭାରତରେ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଯାଉଛି । କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ବୟସ ଅନୁଯାୟୀ ରଗବୀ ଅନ୍ତର୍ଜାତୀୟ ଗ୍ରେଡ଼ ପ୍ରତିଯୋଗିତା ଭାରତରେ ପ୍ରଥମଥର ଲାଗି ଆୟୋଜିତ ହେଉଛି ।

ଏହି ଅନ୍ତର୍ଜାତୀୟ ଟର୍ଣ୍ଣାମେଣ୍ଟଏସୀୟ ରଗବୀ ଏବଂ ରଗବୀ ଇଣ୍ଡିଆ ସହିତ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଆୟୋଜିତ ହେଉଛି ।

ଓଡ଼ିଶା କ୍ରୀଡ଼ା ସଚିବ ବିଶାଲ ଦେବ କହିଛନ୍ତି, ଏହିପରି ଏକ ଅନ୍ତର୍ଜାତୀୟ ରଗବୀ ଟୁର୍ଣ୍ଣାମେ ରାଜ୍ୟରେ ଅନୁଷ୍ଠିତ ହେଉଥିବାରୁ ଓଡ଼ିଶା ଆଜି ଗର୍ବିତ ।

Leave A Reply

Your email address will not be published.