Latest Odisha News

BREAKING NEWS

ବିଧାନସଭାରେ ପ୍ରଶ୍ନ ଉତଥାପନ ଲାଗି ଲଟେରି ସିଷ୍ଟମ ଦାବି କଲା ବିଜେପି

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ବଜେଟ ଅଧିବେଶନର ତୃତୀୟ ଦିବସରେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଦିନ ୧୧ଟା ୩୦ ପର୍ଯ୍ୟନ୍ତ ଗୃହ ମୁଲତବୀ ରଖିଥିଲେ । ଗୃହରେ ଲଟେରି ସିଷ୍ଟମ ମାଧ୍ୟମରେ ବିଧାୟକମାନଙ୍କୁ ପ୍ରଶ୍ନ ଉତଥାପନ ଲାଗି ଯୁଯୋଗ ଦେବା ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଦାବି ଉପସ୍ଥାପନ କରାଯାଇଥିଲା ।

ଆଜି ଗୃହ ଆରମ୍ଭ ହେବା ମାତ୍ରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ପ୍ରଶ୍ନକାଳ ଲାଗି ନିର୍ଦ୍ଦେଶ ଦେଇଥିଲେ । ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ ଏବଂ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ସମସ୍ତ ବିଜେପି ସଦସ୍ୟଙ୍କ ସହିତ ଗୃହର ମଧ୍ୟ ଭାଗକୁ ଚାଲିଆସିଥିଲେ । ବିଜେପି ସଦସ୍ୟମାନେ ଗୃହରେ ସଦସ୍ୟମାନେ ପ୍ରଶ୍ନ ପଚାରିବା ଲାଗି ଲଟେରି ବ୍ୟବସ୍ଥା ଆରମ୍ଭ କରିବାକୁ ଦାବି କରିଥିଲେ ।

ହଟ୍ଟଗୋଳ ମଧ୍ୟରେ ଗୃହକାର୍ଯ୍ୟ ଚଳାଇବା ଅସମ୍ଭବ ହୋଇପଡ଼ିବାରୁ ବାଚସ୍ପତି ବାଧ୍ୟହୋଇ ଗୃହକୁ ମୂଲତବୀ ରଖିବାକୁ ବାଧ୍ୟ ହୋଇଥିଲେ ।

ଗଣମାଧ୍ୟମକୁ ସୂଚନାଦେଇ ଶ୍ରୀ ମାଝୀ କହିଛନ୍ତି ଯେ, ମନ୍ତ୍ରୀମାନଙ୍କୁ ପ୍ରଶ୍ନ ପଚାରିବା ଲାଗି ନା ବାଚସ୍ପତି ନା ବିଧାନସଭା ସଚିବ ବିଧାୟକମାନଙ୍କୁ ଲଟେରି ତାଲିକା ପ୍ରଦାନ କରୁନାହାନ୍ତି । “ଏହା କରାନଗଲେ ଆମେ ବାଚସ୍ପତିଙ୍କୁ ଗୃହକାର୍ଯ୍ୟ ଚଳାଇବାକୁ ଦେବୁନାହିଁ,” କହିଛନ୍ତି ଶ୍ରୀ ମାଝୀ ।

ଏହାର ପ୍ରତିକ୍ରିୟାରେ କଂଗ୍ରେସ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଏହା ବିଧାନସଭା ସଚିବ କିମ୍ବା କୌଣସି ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱ ନୁହେଁ, କିଏ ପ୍ରଶ୍ନ ପଚାରିବେ ତାହା ସେମାନଙ୍କର କାମ ନୁହେଁ । “ନିୟମାନୁଯାୟୀ, ପ୍ରଶ୍ନ ଉତଥାପନ ଲାଗି ଗୃହରେ ଲଟେରୀ ବ୍ୟବସ୍ଥା ରହିବା ଆବଶ୍ୟକ । କେଉଁ ସଦସ୍ୟ ପ୍ରଶ୍ନ ପଚାରିବେ ତାହା ଲାଗି ଲଟେରି ବ୍ୟବସ୍ଥା ରହିଛି,” ଏହା କହିଛନ୍ତି ଶ୍ରୀ ମିଶ୍ର ।

ଗୃହ ମୂଲତବୀ ପରେ ବାଚସ୍ପତି ଏକ ସର୍ବଦଳୀୟ ବୈଠକ ଡକାଇ ଏସମ୍ପର୍କରେ ସଦସ୍ୟମାନଙ୍କ ସହିତ ଆଲୋଚନା କରିଥିଲେ ।

ପରେ ବାଚସ୍ପତିଙ୍କ ଆଶ୍ୱାସନା ପରେ ଗୃହ କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିଥିଲା ।

Leave A Reply

Your email address will not be published.