Latest Odisha News

ଓଡ଼ିଶା ବିଜେପି ସଭାପତିଙ୍କୁ ନେଇ ବଡ଼ ଘୋଷଣା, ସୂଚନା ଦେଲେ ସୁକାନ୍ତ ପାଣିଗ୍ରାହୀ

ଭୁବନେଶ୍ୱର: ଫେବ୍ରୁଆରୀରେ ରାଜ୍ୟ BJP ସଭାପତି ନାଁ ଘୋଷଣା। ଫେବ୍ରୁଆରୀ ପ୍ରଥମ ସପ୍ତାହ ସୁଦ୍ଧା ରାଜ୍ୟ ବିଜେପି ସଭାପତିଙ୍କ ନାଁ ଘୋଷଣା କରାଯିବ ବୋଲି ରାଜ୍ୟ ନିର୍ବାଚନ ସହ ଅଧିକାରୀ ସୁକାନ୍ତ ପାଣିଗ୍ରାହୀ କହିଛନ୍ତି । ଏଥିସହ ଖୁବଶୀଘ୍ର ବାକି ଥିବା ୧୪ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କରାଯିବ ବୋଲି ଜଣାପଡ଼ିଛି ।

ବର୍ତ୍ତମାନ ରାଜ୍ୟରେ ବିଜେପିର ନିର୍ବାଚନ ପ୍ରକ୍ରିୟା ଜାରି ରହିଛି । ପୁଣି ଓଡ଼ିଶା ଆସିବେ ରାଜ୍ୟ ନିର୍ବାଚନ ଅଧିକାରୀ ସଂଜୟ ଜୟସ୍ବାଲ । ରାଜ୍ୟ ବିଜେପି ସଭାପତି ଘୋଷଣା ନେଇ ବିଜେପିର ରାଜ୍ୟ ସହ ପ୍ରଭାରୀ ଲତା ଉସେଣ୍ଡି ମଧ୍ୟ ସମାନ କଥା କହିଛନ୍ତି । ସେ କହିଛନ୍ତି, ବହୁତ ଶୀଘ୍ର ରାଜ୍ୟ ସଭାପତି ଘୋଷଣା ହେବ । ସଂଗଠନ ମହାପର୍ବ ଚାଲିଛି । ଏହା ଭିତରେ ସବୁ ନିର୍ବାଚନ ଶେଷ ହେବ । ଏ ନେଇ କୌଣସି ବିଳମ୍ବ ହୋଇନି ବୋଲି ସେ କହିଛନ୍ତି । ପ୍ରକ୍ରିୟା ନିର୍ଦ୍ଧାରିତ ଉପାୟରେ ଚାଲିଛି ବୋଲି ଲତା କହିଛନ୍ତି ।

ସୂଚନା ଥାଉକି, ଗତ ସପ୍ତାହରେ ୧୬ରୁ ଅଧିକ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହୋଇସରିଛି । ଗଞ୍ଜାମରୁ ସରୋଜ ସାବତ, ବଲାଙ୍ଗିରରୁ ଶ୍ରୀବତ୍ସ ବେହେରା, ଢେଙ୍କାନାଳରୁ: ରାସ ବିହାରୀ ବେହେରା ହୋଇଛନ୍ତି ଜିଲ୍ଲା ବିଜେପି ସଭାପତି ହୋଇଛନ୍ତି । ସେହିପରି ସୁନ୍ଦରଗଡରୁ ଗିରିଶ ସାହୁ, କେନ୍ଦ୍ରାପଡ଼ାରୁ ଶଶାଙ୍କ ଶେଖର ସେଠୀ, ବାଲେଶ୍ବରରୁ ଈଶ୍ୱର ଚନ୍ଦ୍ର ବେହେରା ଜିଲ୍ଲା ସଭାପତି ମନୋନୀତ ହୋଇଛନ୍ତି । କଟକ ପାଇଁ ସୁକାନ୍ତ ବିଶ୍ଵାଳ, ପୁରୀ ପାଇଁ ଦେବେନ୍ଦ୍ର ନାଥ ତରାଇ, କଳାହାଣ୍ଡି ପାଇଁ ଯୁଗଳ ପୋଢ଼, ବରଗଡ଼ ପାଇଁ ଅରୁପାନନ୍ଦ ସାହୁଙ୍କୁ ଜିଲ୍ଲା ସଭାପତି କରିଛି ବିଜେପି । ସେହିପରି ଜଗତସିଂହପୁରରେ ପ୍ରତାପ ମିଶ୍ର, ନବରଙ୍ଗପୁରରେ କୁଞ୍ଜବିହାରୀ ଦାସ, ଗଞ୍ଜାମ ଆସିକାରୁ ବିଜୟ ସ୍ବାଇଁ ଜିଲ୍ଲା ସଭାପତି ମନୋନୀତ ହୋଇଛନ୍ତି । ଦେବଗଡ଼ରୁ ଅରୁଣ କୁମାର ସାହୁ, ପଶ୍ଚିମ ମୟୂରଭଞ୍ଜ ପାଇଁ ଜୁରୀଲାଲ ମହନ୍ତ ଏବଂ ଘୁମୁସର ପାଇଁ ନୀଳମାଧବ ପାତ୍ର ହୋଇଛନ୍ତି ଭାଜପା ଜିଲା ସାଂଗଠନିକ ସଭାପତି ।

Comments are closed.