Latest Odisha News

BREAKING NEWS

ଦୂରଦର୍ଶନ କ୍ୟାମେରାମ୍ୟାନ୍ ଅଚ୍ୟୁତନନ୍ଦଙ୍କୁ ମିଳିଲା ରାମନାଥ ଗୋଏଙ୍କା ଆୱାର୍ଡ

ନୂଆଦିଲ୍ଲୀ: ମାଓବାଦୀଙ୍କ ଆକ୍ରମଣରେ ନିହତ ହୋଇଥିବା ଦୂରଦର୍ଶନର କ୍ୟାମେରାମ୍ୟାନ ଅଚ୍ୟୁତନନ୍ଦ ସାହୁଙ୍କୁ ସୋମବାର ଦିନ ମରଣୋନ୍ତର ରିପୋଟିଂ ପାଇଁ ‘ରାମନାଥ ଗୋଏଙ୍କା ଏକ୍ସିଲେନ୍ସି ଇନ୍ ଜର୍ଣ୍ଣାଲିଜିମରେ ସମ୍ମାନିତ କରାଯାଇଛି ।

୨୦୧୮ ମସିହା ଲାଗି ସାମ୍ବାଦିକତାରେ ଉତ୍କୃଷ୍ଟ କାର୍ଯ୍ୟ କରିଥିବା ସାମ୍ବାଦିକମାନଙ୍କୁ ସୋମବାର ଦିନ ନୂଆଦିଲ୍ଲୀଠାରେ ‘ରାମନାଥ ଗୋଏଙ୍କା ଏକ୍ସିଲେନ୍ସି ଇନ୍ ଜର୍ଣ୍ଣାଲିଜିମ୍‌’ ଆୱାର୍ଡ ପ୍ରଦାନ କରାଯାଇଥିଲା । ଏହି ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଉଲ୍ଲେଖଯୋଗ୍ୟ, ଗତ ୨୦୧୮ ମସିହାରେ ଛତିଶଗଡରେ ହୋଇଥିବା ନିର୍ବାଚନ ଲାଗି ଦୂରଦର୍ଶନର ଏକ ଟିମ ନିର୍ବାଚନୀ କଭରେଜ୍ ପାଇଁ ସେଠାକୁ ଯାଇଥିଲେ । ଏଥିସହିତ ମାଓପ୍ରବଣ ଅଞ୍ଚଳକୁ ସୁରକ୍ଷାକର୍ମୀଙ୍କ ଗସ୍ତ ବେଳେ ଏହି ମିଡିଆ ଟିମ ମଧ୍ୟ ସେମାନଙ୍କ ସହିତ ଗସ୍ତରେ ଯାଇଥିବା ବେଳେ ଅଚାନକ ସେମାନେ ମାଓବାଦୀଙ୍କ ଆକ୍ରମଣର ଶୀକାର ହୋଇଥିଲେ । ସେହି ସମୟରେ ଅଚ୍ୟୁତନନ୍ଦ ସାହୁଙ୍କ ସହିତ ଜଣେ ସହଯୋଗୀ ସମ୍ବାଦଦାତା ଧିରଜ କୁମାର ଓ ପ୍ରକାଶ ସହାୟକ ମୋରମୁକୁଟ ଶର୍ମା ମଧ୍ୟ ରହିଥିଲେ ।

ଘଟଣାସ୍ଥଳରେ ଶ୍ରୀ ସାହୁ ଓ ଅନ୍ୟ ୨ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଥିଲା ।

ମୃତ ଦୂରଦର୍ଶନର କ୍ୟାମରୋମ୍ୟାନ ଅଚ୍ୟୁତାନନ୍ଦ ସାହୁଙ୍କ ପାର୍ଥୀବ ଶରୀରକୁ ତାଙ୍କ ପୈତୃକ ଗ୍ରାମ ବଲାଙ୍ଗୀର ଜିଲ୍ଲାର ଲାଇସିଙ୍ଗା ସ୍ଥିତ ଘୁରସମୁଣ୍ଡାକୁ ଅଣାଯାଇଥିଲା ।

Comments are closed.