Latest Odisha News

BREAKING NEWS

ପୃଥିବୀର ସର୍ବାଧିକ ଓଜନ ବିଶିଷ୍ଟ ବ୍ୟକ୍ତି କରିବେ ବିବାହ: ଜାଣନ୍ତୁ କ’ଣ ରହିଛି ତାଙ୍କ ଡିମାଣ୍ଡ

ପୃଥିବୀର ସର୍ବାଧିକ ଓଜନ ବିଶିଷ୍ଟ ବ୍ୟକ୍ତି ଖିଜର ହୟାତ୍ ବିବାହ କରିବା ପାଇଁ ନିଷ୍ପତି ନେଇଛନ୍ତି । ଏହି ୪୩୬ କିଲୋଗ୍ରାମ ଓଜନ ବିଶିଷ୍ଟ ଏହି ବ୍ୟକ୍ତିଙ୍କର ହେବାକୁ ଥିବା ପତ୍ନୀର ଓଜନ ଅତି କମରେ ୧୦୦ କେଜି ଏବଂ ଉଚ୍ଚତା ୬ ଫୁଟରୁ କମ୍ ହୋଇ ନଥିବ ବୋଲି କହିଛନ୍ତି ।

ପାଖାପାଖି ୬ ଫୁଟ ୬ ଇଂଚ ଓଜନର ଏହି ବ୍ୟକ୍ତି ପୃଥିବୀର ସର୍ବାଧିକ ଓଜନ ବିଶିଷ୍ଟ ଜୀବିତ ବ୍ୟକ୍ତି ବୋଲି ନିଜକୁ କହିଛନ୍ତି । ସେ କାର ଏବଂ ଟ୍ରକରେ ହାତରେ ଭିଡି ପାରୁଥିବା ବେଳେ ଗ୍ୟାସ ସିଲିଣ୍ଡର ଏବଂ ବାଇକକୁ ହାତରେ ଉଠାଇ ବ୍ୟାୟମ କରିଥାନ୍ତି ।

“୧୮ ବର୍ଷ ବୟସରୁ ମୋ ଓଜନ ବଢ଼ିବାକୁ ଲାଗିଲା । ଏଥିନେଇ ଚିନ୍ତିତ ହେବା ପରିବର୍ତେ ୨୭ ବର୍ଷୀୟ ହୟାତ କଠିନ ଶାରୀରିକ ବ୍ୟୟାମ ଆରମ୍ଭ କରି ଦେଇଥିଲେ । ମୁଁ ଯେଉଁ ରେକର୍ଡ କରିଛି ତାହା ଭାଙ୍ଗିବା କଷ୍ଟକର” ବୋଲି ସେ କହିଛନ୍ତି । ବଳିଷ୍ଠ ଶରୀରର ସୁସ୍ଥତା ବଜାୟ ରଖିବା ପାଇଁ ପ୍ରତିଦିନ ୧୦,୦୦ କ୍ୟାଲୋରୀରର ଡାଏଟ ଗ୍ରହଣ କରୁଛନ୍ତି ।

ଏଥିରେ ୩୬ ଅଣ୍ଡା, ୪ କୁକୁଡା, ୫ ଲିଟର କ୍ଷୀର ସାମିଲ । ଓଜନ ଅଧିକ ହେଲେ ମଧ୍ୟ ମୁଁ ନୀରୋଗ ରହିଛି ବୋଲି ସେ କହିଛନ୍ତି । ଆଗକୁ ୱାର୍ଲ୍ଡ ରେସଲିଂ ଏଟଂରଟେନମେଂଟରେ ଅଂଶଗ୍ରହଣ କରିବା ନେଇ ସେ ଇଚ୍ଛା ପ୍ରକଟ କରିଛନ୍ତି ।

“୨୦୦ରୁ ୩୦୦ ବିବାହ ପ୍ରସ୍ତାବ ମୋ ନିକଟକୁ ଆସିଥିଲେ ମଧ୍ୟ ଏଥିରେ ରାଜି ହେଉ ନାହିଁ । ଏହାର କାରଣ ହେଲା ଅଧିକାଂଶ ପ୍ରସ୍ତାବ ସାଧାରଣ ଉଚ୍ଚତା ଓ ଓଜନର । ମୋ ଶରୀରର ଓଜନକୁ ବିଚାରକୁ ନେଲେ ୧୦୦ କେଜି ଓଜନର ଝିଅ ମିଳିଲେ ବିବାହ ପାଇଁ ରାଜି ହେବି” ବୋଲି ସେ କହିଛନ୍ତି ।

Leave A Reply

Your email address will not be published.