Latest Odisha News

BREAKING NEWS

‘ଘୁର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ, ବାତ୍ୟାର ରୂପ ନେବକି ନାହିଁ ଚିତ୍ର ଅସ୍ପଷ୍ଟ’

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନରେ ସୃଷ୍ଟ ହୋଇଥିବା ଲଘୁଚାପ ମେ’ ୮ ସଂଧ୍ୟାରେ ବାତ୍ୟାର ରୂପ ନେବ । ମେ’ ୧୦ ତାରିଖରେ ଏହା ଆନ୍ଧ୍ର-ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ମିଳିଛି।

ପାଣିପାଗ କେନ୍ଦ୍ର କହିଛି, “ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି”, ୭ ତାରିଖ ସନ୍ଧ୍ୟାରେ ଏହା ଲଘୁଚାପର ରୂପ ନେବ ଏବଂ ୮ ତାରିଖ ସନ୍ଧ୍ୟା ସୁଦ୍ଧା ସାମୁଦ୍ରିକ ଝଡ଼ର ରୂପ ନେବ। ଏହା ଉତ୍ତର-ପଶ୍ଚିମ ଦିଗକୁ ଅଗ୍ରସର ହୋଇ ମେ ୧୦ ସୁଦ୍ଧା ଉତ୍ତର ଆନ୍ଧ୍ର ଓଡ଼ିଶା ଉପକୂଳରୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବାର ସମ୍ଭାବନା ରହିଛି ବୋଲି ଏଥିରେ କୁହାଯାଇଛି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି, ଆଣ୍ଡମାନ ସାଗରରେ ସୃଷ୍ଟ ହୋଇଥିବା ଘୁର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ହେଲେ ଏହା ବାତ୍ୟାର ରୂପ ନେବକି ନାହିଁ ଚିତ୍ର ଅସ୍ପଷ୍ଟ ରହିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହାର ଚିତ୍ର ସ୍ପଷ୍ଟ ହେବ।

ସେ କହିଛନ୍ତି, ଆଇଏମଡି ମଧ୍ୟ ବାତ୍ୟାର ଗତି ପଥ ଉପରେ ନଜର ରଖିଛି। ମତ୍ସ୍ୟଜିବୀଙ୍କୁ ସମୁଦ୍ର ଭିତରକୁ ନଯିବ ପାଇଁ ପରାମର୍ଶ ଦିଆଯାଇଛି। ସେ ସ୍ପଷ୍ଟ କରିଛନ୍ତି ଯେ ଅଧିକାଂଶ ସମୟରେ ସୃଷ୍ଟି ହେଉଥିବା ଲଘୁଚାପ ବାତ୍ୟାର ରୂପ ନେଇ ପାରେ ନାହିଁ। ଏହା ସମୁଦ୍ର ଭିତରେ ଦୁର୍ବଳ ହେଉଥିବାର ନଜିର ରହିଛି। ତେଣୁ ଏଥର ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ବାତ୍ୟାର ରୂପ ନେବ କି ତାହା ଆଗାମୀ ୪୮ ଘଣ୍ଟା ଭିତରେ ଚିତ୍ର ସ୍ପଷ୍ଟ ହେବ।

Comments are closed.