ଭୁବନେଶ୍ଵର: ମାଟ୍ରିକ ବିଜ୍ଞାନ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି । ବିଜ୍ଞାନ ବି- ସେଟ୍ରେ ୪ ମାର୍କ କମ୍ ଥିବା ବେଳେ ସି-ସେଟରେ ମଧ୍ୟ କିଛି ତ୍ରୁଟି ଥିବା ନେଇ ସୂଚନା ମିଳିଛି । ଅନ୍ୟପଟେ ତ୍ରୁଟିକୁ ସ୍ବୀକାର କରିଛନ୍ତି ବୋର୍ଡ ସଭାପତି । ଯେପରି ପରୀକ୍ଷାର୍ଥୀଙ୍କର କ୍ଷତି ନ ହେବ ସେ ନେଇ ବିଚାର କରୁଛୁ ବୋଲି କହିଛନ୍ତି ବୋର୍ଡ ସଭାପତି ।
ସୂଚନାଯୋଗ୍ୟ, ମାଟ୍ରିକ୍ ପରୀକ୍ଷା ପ୍ରଶ୍ନପତ୍ରରେ ବଡ଼ ବିଭ୍ରାଟ ହୋଇଥିବା ନେଇ ସୂଚନା ମିଳିଛି । ବିଜ୍ଞାନ ବି-ସେଟ୍ରେ ୪ ମାର୍କ କମ୍ ଥିବା ଅଭିଯୋଗ ହୋଇଛି । ସେହିପରି ବିଜ୍ଞାନ ସି-ସେଟ୍ରେ କିଛି ତ୍ରୁଟି ଥିବା ନେଇ ମଧ୍ୟ ଜଣାପଡିଛି । ତେବେ ଏନେଇ ଭୁଲ ସ୍ଵୀକାର କରିଛି ବୋର୍ଡ। ୪ ମାର୍କ ବିଷୟରେ ନିଷ୍ପତ୍ତି ନେବ କଣ୍ଡକ୍ଟିଂ ବୋର୍ଡ ବୋଲି କହିଛନ୍ତି ବୋର୍ଡ ସଭାପତି ।
ଅପର ପକ୍ଷରେ ଆଉ କିଛି ସ୍ଥାନରେ ମାଟ୍ରିକ୍ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ୍ ହେବାର ଅଭିଯୋଗ ଆସିଛି। ପ୍ରଶ୍ନପତ୍ର ଭାଇରାଲ କଥାକୁ ବୋର୍ଡ କର୍ତ୍ତୃପକ୍ଷ ଖାରଜ କରିଛନ୍ତି। ଏନେଇ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି।
ତେବେ ମାଟ୍ରିକ ପରୀକ୍ଷାର ଆଜି ଥିଲା ଚତୁର୍ଥ ଦିନ । ଚତୁର୍ଥ ଦିନରେ ଆଜି ବିଜ୍ଞାନ ବିଷୟରେ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ । ପରୀକ୍ଷା ୯ଟାରୁ ଆରମ୍ଭ ହୋଇ ସାଢ଼େ ୧୧ଟା ଯାଏ ଚାଲିଥିଲା ।
Comments are closed.