ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା ବାହାରିବ ମାଟ୍ରିକ୍ ପରୀକ୍ଷା ଫଳ । ସେଥିପାଇଁ ଯାହା ପ୍ରକ୍ରିୟ ରହିଛି ସେସବୁ ଶିଘ୍ର ସାରିବାକୁ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ ।
ବୋର୍ଡ ପକ୍ଷରୁ ମାଟ୍ରିକ୍, ମଧ୍ୟମା, ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଏପ୍ରିଲ୍ ୨୯ତାରିଖ ଶୁକ୍ରବାରଠୁ ଆରମ୍ଭ ହୋଇଥିବା ବେଳେ ମେ ୧୨ତାରିଖରେ ସମସ୍ତ ପରୀକ୍ଷା ଶେଷ ହୋଇଥିଲା। ସକାଳ ୮ଟାରୁ ଆରମ୍ଭ ହେଉଥିଲା ପରୀକ୍ଷା ।
ମୂଲ୍ୟାଙ୍କନ ପ୍ରକ୍ରିୟା ମେ ୨୧ ରୁ ୫୮ଟି ମୂଲ୍ୟାଙ୍କନ କେନ୍ଦ୍ରରେ ଆରମ୍ଭ ହୋଇଥିଲା । ବୋର୍ଡ ପକ୍ଷରୁ ମେ ୨୧ତାରିଖରୁ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହୋଇ ଜୁନ୍ ୨ତାରିଖରେ ଶେଷ ହୋଇଥିଲା । ମାଟ୍ରିକରେ ପ୍ରତି ବିଷୟରେ ୮୦ ନମ୍ବର ପରୀକ୍ଷା ହୋଇଥିବା ବେଳେ ୫୦ ମାର୍କ ଅବ୍ଜେକ୍ଟିଭ୍ ଓ ୩୦ ମାର୍କ ସବ୍ଜେକ୍ଟିଭ୍ ପରୀକ୍ଷା କରାଯାଇଥିଲା।
Comments are closed.