Latest Odisha News

BREAKING NEWS

ଓଡିଶା ବଜେଟ୍ ୨୦୨୦: କୃଷି ପାଇଁ ୧୯,୪୦୮ କୋଟି ଟଙ୍କାର ବ୍ୟୟବରାଦ

ଭୁବନେଶ୍ୱର: ପ୍ରଥମ ଥର ପାଇଁ ଓଡ଼ିଶା ବିଧାନସଭାରେ ଇ-ବଜେଟ୍ ଉପସ୍ଥାପନ ହୋଇଛି । ଆଇପ୍ୟାଡ୍‌ରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ୍ ଉପସ୍ଥାପନ କରିଛନ୍ତି । ତେବେ ଚଳିତ ବର୍ଷ ୧ଲକ୍ଷ ୫୦ ହଜାର କୋଟିର ବଜେଟ୍ ସ୍ଥିର କରିଛନ୍ତି ରାଜ୍ୟ ସରକାର । ଏଥିରେ ରାଜ୍ୟର ଉନ୍ନତି ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରକୁ ସରକାର ଦୃଷ୍ଟିରେ ରଖି ବଜେଟ୍ ଘୋଷଣା କରିଛନ୍ତି । ଚଳିତ ବର୍ଷ ୨ଟି ସ୍ୱତନ୍ତ୍ର ବଜେଟ୍ ଉପସ୍ଥିତ ହୋଇଛି ।

BjdElectrycity

ଏଥର କୃଷି ପାଇଁ ୧୯, ୪୦୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । କୃଷିରେ ରାଜ୍ୟର ଅଭିବୃଦ୍ଧି ହାର ୪.୫% । କୃଷି କ୍ଷେତ୍ରରେ ଜାତୀୟ ଅଭିବୃଦ୍ଧି ହାର ୩.୧% ରହିଛି । କାଳିଆ ଯୋଜନାରେ ୩୧୯୫କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ପରମ୍ପରାଗତ କୃଷି ବିକାଶ ଯୋଜନାରେ ଜୈବିକ କୃଷିକୁ ପ୍ରୋତ୍ସାହିତ କରିବା ପାଇଁ ୪୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । କୃଷି ଗବେଷଣା, ଶିକ୍ଷା ଓ ଭିତ୍ତିଭୂମି ବିକାଶ ପାଇଁ ୧୫୦କୋଟି, କୃଷି ଓ ଆନୁଷଙ୍ଗିକ କାର୍ଯ୍ୟକ୍ରମ, ଖାଦ୍ୟ ପ୍ରକ୍ରିୟାକରଣ, ପଣ୍ୟାଗାର ଓ ଅନ୍ୟାନ୍ୟ ପରିଚାଳନା ପାଇଁ ୬୦କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ଚଳିତ ବର୍ଷରେ ୧ଲକ୍ଷ ୮୪ହଜାର ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇଦେବାକୁ ଲକ୍ଷ୍ୟ ରଖାଯାଇଛି । କଳିଆ ଯୋଜନାରେ କୃଷକମାନଙ୍କୁ ଶୂନ ପ୍ରତିିଶତ କୃଷି ଋଣ ଉପଲବ୍ଧ କରାଇବା ପାଇଁ ୭୦୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀମାନଙ୍କୁ କ୍ଷତି ପୂରଣ ନିମନ୍ତେ ୭୦୦କୋଟି, ‘ଓଡିଶା ମିଲେଟ୍ ମିଶନ’ ପାଇଁ ୧୦୬କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ମତ୍ସ୍ୟଚାଷ ଓ ପଶୁପାଳନ କ୍ଷେତ୍ରରେ ୧,୨୧୧କୋଟି ଟଙ୍କାର ପ୍ରସ୍ତାବ ରଖାଯାଇଛି ।

Leave A Reply

Your email address will not be published.