Latest Odisha News

BREAKING NEWS

ଓଡ଼ିଶା ଇ-ବଜେଟ୍ ୨୦୨୦ ସମ୍ପର୍କରେ ଅଧିକ ଜାଣନ୍ତୁ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ମଙ୍ଗଳବାର ଦିନ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରଥମଥର ଲାଗି ଆଇପ୍ୟାଡ଼ରେ ବଜେଟ୍ ଉପସ୍ଥାପନ କରିଛନ୍ତି ।

ପ୍ରତ୍ୟେକ ବିଧାୟକମାନଙ୍କୁ ଗୋଟିଏ ଲେଖାଏଁ ଆଇପ୍ୟାଡ଼ ସହିତ ବଜେଟ୍ ଡକ୍ୟୁମେଣ୍ଟ ଥିବା ଏକ ପେନ୍ ଡ୍ରାଇଭ୍ ମଧ୍ୟ ଦିଆଯାଇଥିଲା ।

ଓଡ଼ିଶା ବିଧାନସଭା ଇତିହାସରେ ପ୍ରଥମଥର ଲାଗି ଡ଼ିଜିଟାଲ୍ ଫର୍ମାଟ ସହିତ ବିନା କାଗଜରେ ଏବଂ ଆଇପ୍ୟାଡ଼ ମାଧ୍ୟମରେ ବଜେଟ୍ ଉପସ୍ଥାପନ କରାଯାଇଛି । ଯେକୌଣସି ବ୍ୟକ୍ତି ଆଣ୍ଡ୍ରୋଏଡ଼ ଦ୍ୱାରା ନିର୍ମିତ ଏହି ସାଧାରଣ ବଜେଟ୍ ଆପ୍ପକୁ ଡାଉନଲୋଡ଼ କରି ଦେଖିପାରିବେ । ଏହି ଅଣ୍ଡ୍ରୋଏଡ଼ ଆପ୍ପଟି ଓଡ଼ିଶା ସରକାରଙ୍କ ଦ୍ୱାରା ଡେଭେଲପ ହୋଇଛି ।

ଓଡ଼ିଶା ସରକାର ଏହି ବଜେଟକୁ ବିନା କାଗଜରେ ଡ଼ିଜିଟାଲ୍ ମାଧ୍ୟମରେ ଉପସ୍ଥାପନ କରିବା ଫଳରେ ପ୍ରାୟ ୭୦୦ଟି ବଡ଼ ବଡ଼ ଗଛକୁ ବଞ୍ଚାଯାଇ ପାରିଛି ବୋଲି ଅର୍ଥମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି । ଦେଖିବାକୁ ଗଲେ ପ୍ରିଣ୍ଟିଂ କରି କାଗଜ ମାଧ୍ୟମରେ ବଜେଟ୍ ଉପସ୍ଥାପନ କରା ନଯାଇ ଅଧିକ ଖର୍ଚ୍ଚକୁ ରୋକାଯାଇ ପାରିଛି ।

ଏଥିସହିତ ଦେଶର ଦ୍ୱିତୀୟ ରାଜ୍ୟ ଭାବେ ଓଡ଼ିଶା ବିନା କାଗଜରେ ପ୍ରସ୍ତୁତ ବଜେଟ୍ ଉପସ୍ଥାପନ କରିଛି ।

ଯେଉଁମାନେ ଓଡ଼ିଶା ବଜେଟ୍ ୨୦୨୦-୨୧ର ଓଡ଼ିଆ ଓ ଇଂରାଜୀ ସଂସ୍କରଣ ପଢିବାକୁ ଚାହିଁବେ ତେବେ ଅର୍ଥ ବିଭାଗର ୱେବସାଇଟ୍ ଯାଇ ଦେଖିପାରିବେ । ଏହି ୱେବସାଇଟ୍ ହେଉଛି: https://finance.odisha.gov.in/Budget.asp? GL=Budget&PL=1&TL=1&FL=1

 

Leave A Reply

Your email address will not be published.