Latest Odisha News

ରାଜ୍ୟ ବଜେଟରେ ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୨୪ ହଜାର ୩୭୦ କୋଟି

ଭୁବନେଶ୍ୱର:ଆଜି ବିଧାନସଭାରେ ଆଗତ ହୋଇଥିବା ରାଜ୍ୟ ବଜେôରେ ଶିକ୍ଷା ଦକ୍ଷତା ବିକାଶ ପାଇଁ ୨୪ ହଜାର ୩୭୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏହା ମଧ୍ୟରେ ବିଭିନ୍ନ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ଓ ଶିକ୍ଷା ଭିତ୍ତିଭୂମି ନିର୍ମାଣ ସହିତ ମେଧାବୃତ୍ତି ଏବଂ ମଧ୍ୟାହ୍ନ ଭୋଜନ ସମ୍ପର୍କୀତ ବ୍ୟୟ ଅଟକଳ ହୋଇଛି ।

ସମଗ୍ର ଶିକ୍ଷା ଅଭିଯାନ ପାଇଁ ସର୍ବାଧିକ ୩୦୬୬କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ ଛାତ୍ରଛାତ୍ରୀ ମେଧାବୃତ୍ତି ପାଇଁ ୧୦୦୨କୋଟି ଟଙ୍କା, ମଧ୍ୟାହ୍ନ ଭୋଜନ ଯୋଜନାରେ ୯୦୫୭ କୋଟି ଟଙ୍କା, ଗଙ୍ଗାଧର ମେହେର ଶିକ୍ଷା ମାନକ ଯୋଜନା ପାଇଁ ୪୩୦ କୋଟି ଟଙ୍କା ଏବଂ ଓଡିଶା ଆଦର୍ଶ ବିଦ୍ୟାଳୟ ପାଇଁ ୨୮୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।

ମୋ ସ୍କୁଲ କାର୍ଯ୍ୟକ୍ରମ ଅଧୀନରେ ସ୍କୁଲଗୁଡିକରେ ଭିତ୍ତିଭୂମି ବିକାଶ ପାଇଁ ୨୫୩ କୋଟି ରଖାଯାଇଥିବା ବେଳେ ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଡିକୁ ସେଣ୍ଟର ଅଫ୍ ଏକ୍ସଲେନ୍ସରେ ପରିବର୍ତ୍ତିତ କରିବା ପାଇଁ ୧୦୮ କୋଟି ଟଙ୍କା ବରାଦ ହୋଇଛି । ସେହିଭଳି ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ ଯୋଜନା ପାଇଁ ୨୧୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ଭୁବନେଶ୍ୱରରେ ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନା ପାଇଁ ଓଏସଡିପିକୁ ୧୦୦କୋଟି ଟଙ୍କା ବରାଦ ହୋଇଛି ।

Comments are closed.