Latest Odisha News

BREAKING NEWS

ବଜେଟରେ ମିଶନ ଶକ୍ତିକୁ ଫୋକସ, ବିନା ସୁଧରେ ସ୍କୁଟର ଋଣ ପାଇଁ ପ୍ରସ୍ତାବ

ଭୁବନେଶ୍ୱର: ନିର୍ବାଚନୀ ବଜେଟରେ ସରକାର ମିଶନ ଶକ୍ତି ଉପରେ ଫୋକସ କରିଛନ୍ତି । ଏବେ ରାଜ୍ୟରେ ୬ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ରହିଛନ୍ତି । ଯେଉଁଥିରେ ୭୦ ଲକ୍ଷରୁ ଅଧିକ ମହିଳା ବିଭିନ୍ନ ମାଧ୍ୟମରେ ଆୟ କରି ଜୀବନରେ ପରିବର୍ତ୍ତନ ଆଣିଛନ୍ତି । ସରକାର ଏସଏଚଜି ଗୁଡ଼ିକୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗରେ ପରିଣତ କରିବା ଲାଗି ପଦକ୍ଷେପ ନେଉଛନ୍ତି ।

ଆସନ୍ତା ୫ ବର୍ଷ ମଧ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡ଼ିକୁ ୧୦ ହଜାର କୋଟି ଟଙ୍କା ମୂଲ୍ୟର ବ୍ୟବସାୟ ଯୋଗାଇ ଦେବାକୁ ସରକାର ଯୋଜନା କରିଛନ୍ତି । ୨୦୨୩-୨୪ ବର୍ଷରେ ମିଶନ ଶକ୍ତି ବିଭାଗ ପାଇଁ ୨, ୫୫୪ କୋଟି ଟଙ୍କା ବ୍ୟୟବରାଦ ପ୍ରସ୍ତାବ ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଯାହାକି ୨୦୨୨-୨୩ ଆର୍ଥିକ ବର୍ଷ ବ୍ୟୟ ବରାଦ ତୁଳନାରେ ୨୭ ପ୍ରତିଶତ ଅଧିକ ।

ବଜେଟରେ ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧିନରେ ୯୯୬ କୋଟି ଟଙ୍କା, ମିଶନ ଶକ୍ତି କାର୍ଯ୍ୟକ୍ରମ ଅଧିନରେ ଏସଏଚଜି ଓ ମହାସଂଘ ପାଇଁ ୯୮୯ କୋଟି, ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ୩୨୦ କୋଟି, ଜିଲ୍ଲାରେ କ୍ଷୁଦ୍ର ଶିଳ୍ପ ପାର୍କ ଲାଗି ୧୫୦ କୋଟି, ଏସଏଚଜିଙ୍କୁ ସୁଧ ରିହାତି ଲାଗି ୨୨୦ ଟଙ୍କା ବ୍ୟୟବରାଦ ପ୍ରସ୍ତାବ ରହିଛି ।

ବଜେଟରେ ମିଶନ ଶକ୍ତି ସ୍କୁଟର ଯୋଜନାର ପ୍ରସ୍ତାବ ରଖାଯାଇଛି । ଯେଉଁଥିରେ ଯୋଜନା ଅଧିନରେ ସ୍କୁଟର କ୍ରୟ ପାଇଁ ନିଆଯାଇଥିବା ଋଣ ଉପରେ ସମ୍ପୂର୍ଣ୍ଣ ସୁଧ ରିହାତି ପ୍ରସ୍ତାବ ରହିଛି । ଏଥିପାଇଁ ୨୦୨୩-୨୪ ଆର୍ଥିକ ୫୦ କୋଟି ଟଙ୍କାର ବଜେଟ୍ ଆବଣ୍ଟନ ପାଇଁ ପ୍ରସ୍ତାବ ଦିଆଯାଇଛି । କମ୍ୟୁନିଟି ସର୍ପୋଟ ଷ୍ଟାଫ୍ ଓ ଇସି ସଦସ୍ୟାଙ୍କ ପାଇଁ ବ୍ୟାଟେରି ସ୍କୁଟି କ୍ରୟ କ୍ଷେତ୍ରରେ ଏହି ପ୍ରସ୍ତାବ ରହିଛି ।

Leave A Reply

Your email address will not be published.