ଭୁବନେଶ୍ୱର: ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହା ହେଉଛି ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍। ଏଥର ବଜେଟ୍ ଆକାର ୨ ଲକ୍ଷ ୯୦ ହଜାର କୋଟି ଟଙ୍କା ରହିଥିବା ବେଳେ ଶିକ୍ଷାକ୍ଷେତ୍ରରେ ୩୧୧୮୫.୪୭ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।
ସୂଚନା ଅନୁଯାୟୀ ଶିକ୍ଷା ବଜେଟରେ ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ ୧୪୦ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି। ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ୨୯୬୦ କୋଟି ଟଙ୍କା।୪୫ ହଜାର ଶିଶୁ ବାଟିକା ଖୋଲାଯିବା ସହ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ବାଇ-ସାଇକେଲ୍। ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନା ପାଇଁ ୧୩୯ କୋଟି ପ୍ରସ୍ତାବ। ମୁଖ୍ୟମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ପାଇଁ ୬୪୬ କୋଟି ବ୍ୟୟ ବରାଦ। ପିଏମ ପୋଷଣ ଯୋଜନା ପାଇଁ ୮୮୫ କୋଟି ଟଙ୍କା।ଏସସି/ଏସଟି ଛାତ୍ରଛାତ୍ରୀଙ୍କ ମେଧାବୃତ୍ତି ପାଇଁ ୪୫୦କୋଟି।ସହିଦ ଲକ୍ଷ୍ମଣ ନାୟକ ସ୍କୁଲ ରୂପାନ୍ତରଣ ପାଇଁ ୧୦୦ କୋଟି ଆବଣ୍ଟନ କରାଯାଇଛି ।
ସେହିପରି ସତ୍ୟବାଦୀ ବକୁଳ ବନ ଉନ୍ନୟନ ପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ବିଶ୍ବ ବିଦ୍ୟାଳୟ ଓ କଲେଜର ଭିତ୍ତିଭୂମି ବିକାଶ ପାଇଁ ୩୭୫ କୋଟି ଟଙ୍କା ବ୍ୟବସ୍ଥା ରହିଛି।
Comments are closed.