Latest Odisha News

BREAKING NEWS

ପବିତ୍ର ‘ଗଣେଶ ଚତୁର୍ଥୀ’ରେ ଚଳଚଞ୍ଚଳ ସାରା ରାଜ୍ୟ

ଭୁବନେଶ୍ୱର: ପବିତ୍ର ‘ଗଣେଶ ଚତୁର୍ଥୀ’ ଉପଲକ୍ଷେ ଚଳଚଞ୍ଚଳ ହୋଇଉଠିଛି ସାରା ରାଜ୍ୟ । ବିିଭନ୍ନ ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ମଣ୍ଡପ ଗୁଡିକରେ ଅଗ୍ରପୂଜ୍ୟ ବିଘ୍ନ ବିନାଶକଙ୍କୁ ଆରାଧନା କରାଯାଉଛି ।

ଭାଦ୍ରବ ମାସ ଶୁକ୍ଲପକ୍ଷ ଚତୁର୍ଥୀ ତିଥିକୁ ‘ଗଣେଶ ଚତୁର୍ଥୀ’ ରୂପେ ପାଳନ କରାଯାଇଥାଏ । ଏହି ଦିନରେ ସକାଳୁ ସକାଳୁ ଛାତ୍ରଛାତ୍ରୀମାନେ ଫୁଲ, ନଡିଆ, କଦଳୀ ଓ ଧୂପ ଦୀପ ଆଦି ଧରି ଶିକ୍ଷାନୁଷ୍ଠାନ ଗୁଡିକରେ ଗଜାନନଙ୍କ ପୂଜାର୍ଚ୍ଚନା କରିଥାନ୍ତି । ଆହୁରି ମଧ୍ୟ ଶଙ୍ଖ, ଘଣ୍ଟଘଣ୍ଟା ନାଦ ଓ ମନ୍ତ୍ର ଧ୍ୱନିରେ କମ୍ପି ଉଠୁଛି ବିଭିନ୍ନ ପୂଜା ମଣ୍ଡପ ଥାନ୍ତି ।

ଏହି ଦିନକୁ ସାରା ଦେଶରେ ବଡ ଧୂମଧାମରେ ପାଳନ କରାଯାଉଥିବା ବେଳେ ସୁରକ୍ଷା ଦୃଷ୍ଟିକୁ ନଜରରେ ରଖି ବିଭିନ୍ନ ଦେବାଳୟ ତଥା ମଣ୍ଡପ ଗୁଡିକରେ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Leave A Reply

Your email address will not be published.