Latest Odisha News

BREAKING NEWS

ସମ୍ବଲପୁରରେ ପୋଲିସ ଏନକାଉଣ୍ଟର, କୁଖ୍ୟାତ ଅପରାଧୀ ଆହତ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ସୋମବାର ଦିନ ପୋଲିସର ଏନକାଉଣ୍ଟରରେ ଜଣେ କୁଖ୍ୟାତ ଅପରାଧୀ ଆହତ ହୋଇଛି ।

ଆହତ ଅପରାଧୀର ନାମ ମୁସିମ୍ ଅଖତର୍ ବୋଲି ଜଣାପଡିଛି ।

ତା’ ଠାରୁ ଗୋଟିଏ ବୁଲେଟ୍ ଓ ଗୋଟିଏ ୯ ଏମଏମର ପିସ୍ତଲ୍ ଓ ୪ ହଜାର ଟଙ୍କା ଜବତ କରିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ।

ମୁସିମର ଡାହାଣ ଗୋଡ଼ରେ ଗୁଳି ବାଜିଥିବା ବେଳେ ତାକୁ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ପଚରାଉଚରା ପାଇଁ ପୋଲିସ ତାକୁ ହେପାଜତରେ ନେଇଥିବା ସୂଚନା ମିଳିଛି ।

ମିଳିଥିବା ସୂଚନାନୁଯାୟୀ ଆଜି ସିଟି ଷ୍ଟେସନ୍ ଛକରେ ମୁସିମ୍ ଥିବା ନେଇ କୌଣସି ସୁତ୍ରରୁ ଖବର ପାଇ ଧନୁପାଲି ପୋଲିସ ଓ ସ୍ପେଶାଲ୍ ସ୍କ୍ୱାଡ ମିଳିତ ଭାବେ ଚଢାଉ କରି ତାକୁ କାବୁ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ସେ ପୋଲିସ୍ ଉପରକୁ ଅତର୍କିତ ଆକ୍ରମଣ କରିଥିଲା ବେଳେ ଏହାର ପାଲଟା ଜବାବରେ ପୋଲିସ୍ ଗୁଳି ଚାଳନା କରିଥିଲା। ଏହି ଗୁଳି ଚାଳନାରେ ତା’ର ଡାହାଣ ଗୋଡରେ ଗୁଳି ବାଜିଥିବା ବେଳେ ଅତିରିକ୍ତ ଏସଆଇ ମଧ୍ୟ ଆହତ ହୋଇଛନ୍ତି ।

ତେବେ ମୁସିମ୍ ନାମରେ ଜିଲ୍ଲାର ବିଭିନ୍ନ ଥାନାରେ ପ୍ରାୟ ୧୫ରୁ ଅଧିକ ଅପରାଧୀକ ମାମଲା ରହିଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ।

Leave A Reply

Your email address will not be published.