Latest Odisha News

BREAKING NEWS

ଆଜି ଉତ୍କଳ ଦିବସ: ପରାଧୀନତାର ଶୃଙ୍ଖଳରୁ ମୁକ୍ତ ହୋଇ ଗଠନ ହୋଇଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ

ଭୁବନେଶ୍ୱର: ଆଜି ଉତ୍କଳ ଦିବସ । ପ୍ରତି ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନ । ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଗଠନ ହୋଇଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ । ପରାଧୀନତାର ଶୃଙ୍ଖଳରୁ ମୁକ୍ତ ହୋଇଥିଲା ଉତ୍କଳ । ଦେଶରେ ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବରେ ଓଡ଼ିଶାକୁ ମିଳିଥିଲା ସ୍ୱୀକୃତି । ସେତେବେଳେ ମାତ୍ର ୬ଟି ଜିଲ୍ଲା କଟକ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ, ଗଞ୍ଜାମକୁ ନେଇ ଗଠନ ହୋଇଥିଲା ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ।

୧୯୩୬ ମସିହା ଆଜିର ଦିନରେ ଏକ ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟ ଭାବରେ ଘୋଷିତ ହୋଇଥିଲା ଓଡ଼ିଶା । ସେଦିନକୁ ମନେ ରଖିବା ପାଇଁ ପ୍ରତିବର୍ଷ ଉତ୍କଳ ଦିବସ ପାଳିତ ହୋଇଆସୁଛି । ପ୍ରାୟ ପାଞ୍ଚ ଶହ ବର୍ଷ ସୀମାହୀନ, ଜାତିହୀନ ଓ ଭାଷାହୀନ ଅବସ୍ଥାରେ ଖଣ୍ତ-ବିଖଣ୍ତିତ ହୋଇ ରହିବା ପରେ ଏହି ଦିନରେ ଓଡ଼ିଶା ଏକତ୍ର ହୋଇଥିଲା । ଆଧୁନିକ ଓଡ଼ିଶା ଇତିହାସର ସବୁଠାରୁ ଉଲ୍ଲେଖନୀୟ ଘଟଣା ଥିଲା ।

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଉତ୍କଳଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ବ୍ୟାସକବି ଫକୀରମୋହନ ସେନାପତି, ପଣ୍ତିତ ନୀଳକଣ୍ଠ ଦାଶ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଭଳି ବରପୁତ୍ର ଲଢ଼େଇ କରି ସଫଳତା ଆଣିଥିଲେ । ଏବର୍ଷ କରୋନା କଟକଣା ଭିତରେ ରାଜ୍ୟରେ ଉତ୍କଳ ଦିବସ ପାଳନ କରାଯାଉଛି । କୌଣସି ସ୍ଥାନରେ ଭିଡି ହେବ ନାହିଁ । ସରକାରୀ ବୈଠକ ଏବଂ ଉତ୍ସବ ପାଳନରେ ସର୍ବାଧିକ ୨୦୦ ଲୋକଙ୍କୁ ସାମିଲ ହେବାକୁ ଅନୁମତି ମିଳିଛି। ସମସ୍ତେ ମାନିବେ କୋଭିଡ୍ ଗାଇଡଲାଇନ୍ ।

Leave A Reply

Your email address will not be published.