Latest Odisha News

BREAKING NEWS

ବାହାରିଲା +୨ ରେଜଲ୍ଟ : ବିଜ୍ଞାନରେ ୯୪% ଏବଂ ବାଣିଜ୍ୟରେ ୮୯% ପାସ୍

ଭୁବନେଶ୍ବର: ପ୍ରକାଶ ପାଇଲା ଯୁକ୍ତ ଦୁଇ ରେଜଲ୍ଟ । +୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ଏକାସାଙ୍ଗରେ ପ୍ରକାଶ ପାଇଛି । ଆନୁଷ୍ଠାନିକ ଭାବେ ପରୀକ୍ଷାଫଳ ଘୋଷଣା କଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ  । ତେବେ ଚଳିତ ବର୍ଷ ବିଜ୍ଞାନରେ ୯୪ ପ୍ରତିଶତ ଏବଂ ବାଣିଜ୍ୟରେ ୮୯ ପ୍ରତିଶତ ପାସ୍ ହାର ରହିଛି ।  WWW.orissaresults.nic.in ଏବଂ SAMS e space ୱେବସାଇଟରେ ଛାତ୍ରଛାତ୍ରୀଙ୍କ ପାଇଁ ରେଜଲ୍ଟ ଉପଲବ୍ଧ । ଚଳିତ ବର୍ଷ ରାଜ୍ୟର ୧୧ଶହ ୩୩ଟି ପରୀକ୍ଷା କେନ୍ଦ୍ରରେ ମୋଟ ୩ ଲକ୍ଷ ୨୧ ହଜାର ୫୦୮ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । କଳାରେ ୨ ଲକ୍ଷ ୧୩ ହଜାର ୪୩୨, ବିଜ୍ଞାନରେ ୭୮ ହଜାର ୭୩ ଜଣ, ବାଣିଜ୍ୟରେ ୨୪ ହଜାର ୧୩୬ ଜଣ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୮୬୩ ଜଣ ପରୀକ୍ଷାର୍ଥୀ ରହିଛନ୍ତି ।

ଚଳିତ ବର୍ଷ ମୂଲ୍ୟାୟନ ନିମନ୍ତେ ଦୁଇ ପ୍ରକାରର ପଦ୍ଧତି ଗ୍ରହଣ କରାଯାଇଥିଲା । ଯେଉଁଥିରେ ପିଲାଙ୍କ ମାର୍କ ଅଧିକ ହେବ ତାକୁ ସଂପୃକ୍ତ ବିଷୟର ଚୁଡାନ୍ତ ମାର୍କ ଭାବେ ବିଚାର କରାଯାଇଛି । ମହାମାରୀ ପାଇଁ ଲଗାତର ୨ବର୍ଷ ଧରି ଅନଲାଇନ୍ ପରୀକ୍ଷା ପରେ ଏଥର ଅଫଲାଇନ୍ ପରୀକ୍ଷା ଦେଇଥିଲେ ଛାତ୍ରୀଛାତ୍ରୀ ।

Leave A Reply

Your email address will not be published.