Latest Odisha News

BREAKING NEWS

ଜନ୍ମଦିନରେ କନ୍ଧମାଳକୁ ମୁଖ୍ୟମନ୍ତ୍ରୀଙ୍କ ଉପହାର; ପ୍ରତିଷ୍ଠା ହେବ ମେଡିକାଲ କଲେଜ

ଭୁବନେଶ୍ୱର: ରାଜ୍ୟର ପ୍ରତ୍ୟେକ ଅବିଭକ୍ତ ଜିଲ୍ଲା ମାନଙ୍କରେ ମେଡ଼ିକାଲ କଲେଜ ହସ୍ପିଟାଲ କରିବା ପାଇଁ ସରକାର ସ୍ଥିର କରିଥିବା ବେଳେ କନ୍ଧମାଳ ଜିଲ୍ଲାର ଫୁଲବାଣୀଠାରେ ମେଡ଼ିକାଲ କଲେଜ ହସ୍ପିଟାଲ କରାଯିବା ନେଇ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହି ହସ୍ପିଟାଲ ୫୦୦ ଶଯ୍ୟା ବିଶିଷ୍ଟ ହେବ ।

ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ତାଙ୍କ ଘୋଷଣାରେ କହିଛନ୍ତି ଯେ, ସବୁ ଜିଲ୍ଲା ହସ୍ପିଟାଲରେ ଆଟେଣ୍ଡେଂଟ ମାନଙ୍କ ପାଇଁ ବିଶ୍ରାମ ଗୃହ କରାଯିବ । ରୋଗୀ ମାନଙ୍କୁ ଆର୍ଥିକ ସହାୟତା ଦେବାପାଇଁ ରୋଗୀ କଲ୍ୟାଣ ସମିତିକୁ ୧୫ ଲକ୍ଷ ଟଙ୍କ ମୁଖ୍ୟମନ୍ତ୍ରୀଙ୍କର ରିଲିଫ ପାଣ୍ଠିରୁ ଯୋଗାଇ ଦିଆଯିବ । ନୂଆପଡ଼ା, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ରକ୍ତଦାନ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ପାଇଁ ୧୦ ଲକ୍ଷ ଟଙ୍କା ଦିଆଯିବ ।

ବୌଦ୍ଧ ଜିଲ୍ଲା ହସ୍ପିଟାଲ ପାଇଁ ଜେଲ ଜମି ଏକ ମାସ ମଧ୍ୟରେ ଯୋଗାଇ ଦିଆଯିବ । ଏବଂ ସେଠାରେ ୨୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ କରାଯିବ । ପୁରୁଣା କିଡ଼ନୀ ରୋଗ ଉପରେ ଅନୁଧ୍ୟାନ କରିବା ପାଇଁ ହରଭଙ୍ଗା ବ୍ଲକକୁ ଏକ ଟିମ୍ ପଠାଯିବ । ଗୋଟିଏ ଆମ୍ବୁଲାନ୍ସ ଓ ଗୋଟାଏ ମହାପ୍ରୟାଣ ଗାଡ଼ି ଯୋଗାଇ ଦିଆଯିବ ।

ସେହିପରି କଳାହାଣ୍ଡି ଜିଲ୍ଲା ହସ୍ପିଟାଲର ସମ୍ପ୍ରସାରଣ କରଯିବ । ୧୦୦ ଶଯ୍ୟା ବିଶିଷ୍ଟ କୋଠାଘର ନିର୍ମାଣ କରାଯିବ । ୩ଟି ଆମ୍ବୁଲାନ୍ସ ଏବଂ ଦୁଇଟି ମହାପ୍ରୟାଣ ଗାଡ଼ି ଯୋଗାଇ ଦିଆଯିବ । ରାୟଗଡ଼ା ଜିଲ୍ଲାର କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, କମ୍ୟୁନିଟି ହେଲ୍ଥ ସେଂଟରରେ ପାଣି ଯୋଗାଣ ବ୍ୟବସ୍ଥା ସହ କର୍ମଚାରୀ ମାନଙ୍କରହିବା ପାଇଁ କ୍ୱାଟର ଯୋଗାଇ ଦିଆଯିବ । ୪ ଆମ୍ବୁଲାନ୍ସ ଏବଂ ଗୋଟିଏ ମହାପ୍ରୟାଣ ଗାଡ଼ି ମଧ୍ୟ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନିଜ ଘୋଷଣରେ କହିଛନ୍ତି ।

ଘୋଷିତ ମୋ ସରକାର ଯୋଜନାରେ ୫ ଟି ବିଭାଗକୁ ସାମିଲ କରାଯିବ । ଏହି ଯୋଜନାକୁ ଅଧିକରୁ ଅଧିକ ଶକ୍ତିଶାଳୀ କରାଯିବ । ଚଳିତ ବର୍ଷ ଡିସେମ୍ବର ୧ ରୁ ମାର୍ଚ୍ଚ ୫, ୨୦୨୦ ମଧ୍ୟରେ ସରକାରଙ୍କର ସବୁ ବିଭାଗ ଏହି ଯୋଜନାର ପରିସରଭୁକ୍ତ ହେବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.