Latest Odisha News

BREAKING NEWS

ବଜେଟ୍ ଅଧିବେଶନ: ମହିଳା ସଂରକ୍ଷଣ ବିଲ୍ ପାସ୍ ଲାଗି କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ନୂଆଦିଲ୍ଲୀ: ସଂସଦରେ ଆରମ୍ଭ ହେବାକୁ ଥିବା ବଜେଟ୍ ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍ ପାସ୍ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଅନୁରୋଧ କରିଛନ୍ତି।

ସର୍ବଦଳୀୟ ବୈଠକ ପରେ ବିଜେଡି ଲୋକସଭା ସଦସ୍ୟ ପିନାକି ମିଶ୍ର ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ବିଲ୍ ୧୦ ବର୍ଷ ପୂର୍ବେ ରାଜ୍ୟସଭାରେ ପାରିତ ହୋଇଥିଲାବେଳେ ଏବେ ଲୋକସଭାରେ ମଧ୍ୟ ପାରିତ ହେବାର ସମୟ ଆସିଛି ବୋଲି ମୁଖ୍ୟମନ୍ତ୍ରୀ ଅନୁଭବ କରୁଛନ୍ତି।

“ଉଭୟ ବିଜେପି ଏବଂ କଂଗ୍ରେସ ଏହି ବିଲକୁ ସମର୍ଥନ କରିଛନ୍ତି ଏବଂ ଣଝଜ କଂଗ୍ରେସ ଏବଂ ଟିଆରଏସ ଭଳି ଆଞ୍ଚଳିକ ଦଳ ମଧ୍ୟ ଏହାର ସପକ୍ଷରେ ଅଛନ୍ତି। ତେଣୁ ଏଥର ଲୋକସଭାରେ ବିଲ୍ ପାରିତ ହେବାରେ କିଛି ଅସୁବିଧା ହେବାନେଇ ମୁଁ ଭାବୁନାହିଁ” ବୋଲି ବିଜେଡି ସାଂସଦ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.