Latest Odisha News

BREAKING NEWS

ଭୁବନେଶ୍ୱରରୁ ଜୟପୁରକୁ ଆରମ୍ଭ ହେଲା ବିମାନ ଉଡ଼ାଣ

କୋରାପୁଟ: ସତ ହୋଇଛି ସ୍ୱପ୍ନ । ଆଦିବାସୀ ମାଟି ଚୁମ୍ବିଛି ଆକାଶ । ଆଜିଠୁ ଅବିଭକ୍ତ କୋରାପୁଟ ଜିଲ୍ଲାକୁ ଆରମ୍ଭ ହୋଇଛି ବିମାନ ଉଡ଼ାଣ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର-ଜୟପୁର-ଭାଇଜାଗ୍ ମଧ୍ୟରେ ବିମାନ ଚଳାଚଳ କରିବ । ଆଜି ଭୁବନେଶ୍ୱର-ଜୟପୁର ମଧ୍ୟରେ ବିମାନ ସେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଡ୍ଡାନ ଯୋଜନାରେ ଶୁଭାରମ୍ଭ କରିଛନ୍ତି ।

ଭୁବନେଶ୍ୱରରୁ ଯାତ୍ରୀଙ୍କୁ ନେଇ ବିମାନ ଜୟପୁର ପହଞ୍ଚିବା ସେଠାରୁ ଯାତ୍ରୀଙ୍କୁ ନେଇ ପୁଣି ଭୁବନେଶ୍ୱର ଫେରିଛି । ବିମାନସେବାର ପ୍ରଥମ ଦିନରେ ଜୟପୁର ବିମାନବନ୍ଦରରେ ଯାତ୍ରୀଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ କର୍ତ୍ତୃପକ୍ଷ । ବିମାନ ସେବା ଆରମ୍ଭ ପରେ ଖୁସି ପ୍ରକାଶ କରିଛନ୍ତି ସ୍ଥାନୀୟ ବିଧାୟକ ତାରା ବାହିନୀ ପତି ।

ଏବେ ଜୟପୁରକୁ ୯ ସିଟର ବିମାନ ସେବା ଆରମ୍ଭ ହୋଇଛି । ଏହାଦ୍ୱାରା ଅବିଭକ୍ତ କୋରାପୁଟ ଜିଲ୍ଲା ସହ ପଡ଼ୋଶୀ ଛତିଶଗଡ଼ ଲୋକ ମଧ୍ୟ ଉପକୃତ ହେବେ । ଯାତ୍ରୀ ସଂଖ୍ୟା ବଢ଼ିଲେ ଏବଂ ନିୟମିତ ଚାହିଦା ରହିଲେ ଆଗକୁ ଅଧିକ ଓ ବଡ଼ ବିମାନ ଉଡ଼ାଣ କରିବ ବୋଲି କହିଛନ୍ତି କର୍ତ୍ତୃପକ୍ଷ ।

ସଡ଼କ ଆଉ ରେଳ ପଥରେ ଭୁବନେଶ୍ୱରୁ ଜୟପୁର ପହଞ୍ଚିବା ପାଇଁ ୯ ଘଣ୍ଟାରୁ ଅଧିକ ସମୟ ଲାଗୁଥିଲା । ଏବେ ଆକାଶ ପଥରେ ମାତ୍ର ଦେଢ଼ ଘଣ୍ଟାରେ ପହଞ୍ଚି ପାରିବେ ଯାତ୍ରୀ । ଜୟପୁରକୁ ବିମାନ ସେବା ଆରମ୍ଭ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ସହ ଅଞ୍ଚଳର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବ ।

Leave A Reply

Your email address will not be published.