Latest Odisha News

ଗୋଟିଏ ଫ୍ରେମରେ ପୃଥିବୀ ଓ ଚନ୍ଦ୍ର, କେମିତି ହେଲା ସମ୍ଭବ ?

ନୂଆଦିଲ୍ଲୀ: ଗୋଟିଏ ଫଟୋରେ ପୃଥିବୀ ଓ ଚନ୍ଦ୍ର । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଗୋଟିଏ ଫ୍ରେମରେ ପୃଥିବୀ ଓ ଚନ୍ଦ୍ରର ଫଟୋ ଉଠା ଯାଇଛି । ଏହି ଫଟୋକୁ କ୍ୟାପଚର କରିଛି ଆମେରିକୀୟ ମହାକାଶ ଗବେଷଣାକାରୀ ସଂସ୍ଥା ନାସା । ନାସାର ଲୁସି ସ୍ପେସକ୍ରାଫ୍ଟ ପୃଥିବୀ ଓ ଚନ୍ଦ୍ରର ଫଟୋକୁ ଗୋଟିଏ ଫ୍ରେମରେ ଉଠାଇଛି ।

ଚଳିତ ମାସରେ ନାସାର ଲୁସି ସ୍ପେସକ୍ରାଫ୍ଟ ପୃଥିବୀର ନିକଟତର ହୋଇ ପରିକ୍ରମା ବେଳେ ପୃଥିବୀ ଓ ଚନ୍ଦ୍ରର ବିସ୍ମୟକର ଫଟୋଇ ଉଠାଇଥିଲା । ଆଉ ନାସା ଏହି ଫଟୋକୁ ସାର୍ବଜନୀନ କରିଛି । ନାସାର ସୂଚନା ଅନୁସାରେ, ଲୁସି ସ୍ପେସକ୍ରାଫ୍ଟ ୨୦୨୨ ଅକ୍ଟୋବର ୧୩ରେ ୧୪ ଲକ୍ଷ କିଲୋମିଟର ଦୂରରୁ ପୃଥିବୀ ଓ ଚନ୍ଦ୍ରର ଏହି ଫଟୋକୁ ଉତ୍ତୋଳନ କରିଛି । ଫଟୋରେ ପୃଥିବୀ ସ୍ପଷ୍ଟ ଦେଖା ଯାଉଥିବା ବେଳେ ଚନ୍ଦ୍ର ସେତେଟା ସ୍ପଷ୍ଟ ଦେଖା ଯାଉ ନାହାଁନ୍ତି ।

ଗତବର୍ଷ ଆମେରିକାର ଫ୍ଲୋରିଡାରୁ ଆଟଲାସ୍ ବି ୪୦୧ ରକେଟରେ ପଠା ଯାଇଥିଲା । ସ୍ପେସକ୍ରାଫ୍ଟ ଟର୍ମିନାଲ ଟ୍ରେସିଂ କ୍ୟାମେରା ମାଧ୍ୟମରେ ଏହି ଫଟୋକୁ କ୍ୟାପଚର କରିଛି । ଏହାକୁ ସ୍ପେସକ୍ରାଫ୍ଟ ସମ୍ମୁଖକୁ ଆସୁଥିବା ଉଲକା ପିଣ୍ଡକୁ ଟ୍ରାକ୍ କରିବା ପାଇଁ ଡିଜାଇନ୍ କରାଯାଇ ଥିଲା ।

Leave A Reply

Your email address will not be published.