Latest Odisha News

BREAKING NEWS

‘ଦୀଘା ଜଗନ୍ନାଥ ଧାମ’ ହଟାଇବାକୁ ଶୁଭେନ୍ଦୁଙ୍କୁ ମୋହନଙ୍କ ଚିଠି

ଭୁବନେଶ୍ୱର: ‘ଦୀଘା ଜଗନ୍ନାଥ ଧାମ’ ନାମକରଣ ପରିବର୍ତ୍ତନ ଦାବି କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଚିଠି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ‘ଦୀଘା ଜଗନ୍ନାଥ ଧାମ’ ବଦଳରେ ‘ଶ୍ରୀଜଗନ୍ନାଥ ମନ୍ଦିର, ଦୀଘା’ ଲେଖିବାକୁ ଦେଇଛନ୍ତି ପ୍ରସ୍ତାବ। ଚାରି ଧାମ ମଧ୍ୟରୁ ପୁରୀ ଶ୍ରୀକ୍ଷେତ୍ର ଅନ୍ୟତମ ଧାମ ବୋଲି ସମସ୍ତେ ଜାଣନ୍ତି। ‘ଦୀଘା ଜଗନ୍ନାଥ ଧାମ’ ନାମକରଣ ଶ୍ରଦ୍ଧାଳୁ ଭାବାବେଗକୁ ଆଘାତ ଦେଉଛି। ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ଅନୁରୋଧ କରୁଛି ବୋଲି ଚିଠିରେ ଲେଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ବଙ୍ଗଳାରେ ଟିଏମସି ସରକାର ଥିବା ସମୟରେ ପଶ୍ଚିମବଙ୍ଗର ଦୀଘାଠାରେ ନିର୍ମିତ ଶ୍ରୀ ଜଗନ୍ନାଥ ମନ୍ଦିରକୁ ‘ଧାମ’ ବୋଲି ନାମକରଣ କରାଯାଇଥିଲା। ଏହାକୁ ନେଇ ଓଡ଼ିଶାରେ ତୀବ୍ର ବିବାଦ ଦେଖାଦେଇଥିଲା। ହିନ୍ଦୁ ପରମ୍ପରା ଅନୁଯାୟୀ ‘ଧାମ’ ଶବ୍ଦ କେବଳ ପୁରୀ (ଶ୍ରୀକ୍ଷେତ୍ର) ପାଇଁ ସଂରକ୍ଷିତ ଏବଂ ଏହାର ବ୍ୟବହାରକୁ ବିରୋଧ କରାଯାଇଥିଲା। ଏହାକୁ ନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ମଧ୍ୟ ଆପତ୍ତି ଉଠାଯାଇଥିଲା।

ଶ୍ରୀମନ୍ଦିର ପରିଚାଳନା କମିଟି ଓ ଗଜପତି ମହାରାଜା ଦିବ୍ୟସିଂହ ଦେବ ସ୍ପଷ୍ଟ କରିଥିଲେ ଯେ, ପୁରୁଷୋତ୍ତମ କ୍ଷେତ୍ର ବ୍ୟତୀତ ଅନ୍ୟ କୌଣସି ସ୍ଥାନକୁ ‘ଜଗନ୍ନାଥ ଧାମ’ କୁହାଯାଇପାରିବ ନାହିଁ। ଓଡ଼ିଶାବାସୀ ଏବଂ ଜଗନ୍ନାଥ ପ୍ରେମୀ ଏନେଇ ଜୋରଦାର ବିରୋଧ କରିଥିଲେ।

Leave A Reply

Your email address will not be published.