Latest Odisha News

BREAKING NEWS

ମାର୍ଚ୍ଚ ୩ରୁ ରାଜ୍ୟରେ ତିନିଦିନ ଧରି ଲଗାଣ ବର୍ଷା ଆଶଙ୍କା

ଭୁବନେଶ୍ୱର : ଆସନ୍ତା ମାର୍ଚ୍ଚ ୩ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ରାଜ୍ୟରେ ତିନିଦିନ ଧରବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି ।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ସୁଦର୍ଶନ ମିଶ୍ର ଶୁକ୍ରବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ରାଜ୍ୟରେ ମାର୍ଚ୍ଚ ୧ ତାରିଖ ଓ ୨ ତାରିଖ ଦିନ ପାଗ ଶୁଖିଲା ରହିବ ଏବଂ ମାର୍ଚ୍ଚ ୩ ତାରିଖଠାରୁ ଜଳବାୟୁରେ ପରିବର୍ତ୍ତନ ଦେଖାଦେବ । ଏଥିସହିତ ନୂଆପଡା, ବଲାଙ୍ଗିର, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ, ମାଲକାନଗିରି, କୋରାପୁଟ, ସୋନପୁର,ବରଗଡ, ବୌଦ୍ଧ ଓ ସମ୍ବଲପୁର ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସାମାନ୍ୟ ବର୍ଷା ସହ ଘଡଘଡି ମାରିବାର ସମ୍ଭାବନା ରହିଛି ।

ଶ୍ରୀଯୁକ୍ତ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ ୪ ତାରିଖରେ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ଏବଂ ଆଭ୍ୟନ୍ତରୀଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ଝଡ଼ବର୍ଷା, ବଜ୍ରପାତ ହେବା ନେଇ ଆଶଙ୍କା କରାଯାଉଛି।

“ ଉତ୍ତର ଉପକୂଳ ଓଡିଶାର ମୟୁରଭଞ୍ଜ, କେନ୍ଦୁଝର ଓ ଢେଙ୍କାନାଳର ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ୪ ଓ ୫ ତାରିଖରେ ବର୍ଷା ସହ ବଜ୍ରପାତ ଓ ଘଡଘଡିର ସତର୍କ ସୂଚନା ଜାରି କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.