Latest Odisha News

ଝାରସୁଗୁଡ଼ା: ସଡକ ଦୁର୍ଘଟଣାରେ ୨ ଓଏସଏପି ଯବାନ ମୃତ, ୨୯ରୁ ଅଧିକ ଆହତ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ସ୍ଥିତ ୪୯ ନଂ ଜାତୀୟ ରାଜପଥ ନିକଟସ୍ଥ ଲଖନପୁର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଶୁକ୍ରବାର ଦିନ ୨ ଜଣ ଓଏସଏପି ଯବାନଙ୍କ ମୃତ୍ୟୁ ଘଟିବା ସହ ପ୍ରାୟ ୨୯ ଜଣ ଆହତ ହୋଇଛନ୍ତି।

ମିଳିଥିବା ସୂଚନାନୁଯାୟୀ ବେଲପାହାଡ଼ର ଏକ ପେଟ୍ରୋଲ୍ ପମ୍ପ ନିକଟରେ ୪୯ ନଂ ଜାତୀୟ ରାଜପଥ ଠାରେ ଏକ ଦ୍ରୁତଗାମୀ ଟ୍ରକ୍ ସହ ପୋଲିସ୍ ଭ୍ୟାନଟିର ମୁହାଁମୁହିଁ ଧକ୍କା ହୋଇଥିଲା। ଆଜି ସକାଳ ପ୍ରାୟ ୬ଟା ୩୦ମିନିଟରେ ଓଏସଏପିର ଯବାନମାନେ କାର୍ଯ୍ୟରେ ଯୋଗ ଦେବାକୁ ବନହରପାଲି ଆସୁଥିବାବେଳେ ଏହି ଦୁର୍ଘଟଣା ଘଟିଛି ।

ମୃତ ୨ଜଣ ଯବାନ ହେଲେ ଏସଓଏପି ୨ୟ ବାଟାଲିୟନର ପ୍ରଶାନ୍ତ ବେହେରା ଓ ଶଙ୍କର ପ୍ରସାଦ ପନ୍ଥ । ପ୍ରଶାନ୍ତଙ୍କ ଘର ପୁରୀ ଜିଲ୍ଲାରେ ହୋଇଥିବା ବେଳେ ନିହତ ଯବାନ ପନ୍ଥଙ୍କ ସର୍ମ୍ପକରେ ସୂଚନା ମିଳପାରିନାହିଁ ।

ଖବର ପାଇ ଘଟଣାସ୍ଥଳରେ ବେଲପାହାଡ ପୋଲିସ ପହଞ୍ଚି ଯବାନମାନଙ୍କୁ ଉଦ୍ଧାର କରିଥିଲା । ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କୁ ଚିକିତ୍ସା ନିମନ୍ତେ ବ୍ରଜରାଜନଗରର ମଣ୍ଡିଳା ସ୍ଥିତ ଏମସିଏଲ୍ ସେଣ୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ବେଳେ ଆଉ ୧୪ ଜଣଙ୍କୁ ବେଲପାହାଡ ସ୍ଥିତ ଟିଆରଏଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

ଆହୁରି ମଧ୍ୟ ମଧ୍ୟରୁ ୭ଜଣ ଯବାନଙ୍କୁ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଚିକିତ୍ସା ନିମନ୍ତେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ନେଇ ସୂଚନା ମିଳିଛି । ଏହାବ୍ୟତିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହତ ଯବାନଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ତଦାରଖ କରିବା ପାଇଁ ହସ୍ପିଟାଲକୁ ଯିବେ ବୋଲି ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.