Latest Odisha News

ମୁଖ୍ୟମନ୍ତ୍ରୀଙ୍କ ପ୍ରାକ୍ ବଜେଟ୍ ଆଲୋଚନା, ଅନଲାଇନ ମାଧ୍ୟମରେ ମିଳିଛି ୧୨,୦୦୦ ରୁ ଅଧିକ ମତାମତ

ଭୁବନେଶ୍ୱର: ‘ଲୋକଙ୍କ ବଜେଟ୍’ ଭାବରେ ସମସ୍ତଙ୍କ ଆଶା ଆକାଂକ୍ଷାକୁ ପ୍ରତିଫଳିତ କରିବ ଚଳିତ ବର୍ଷର ବଜେଟ୍ । ସେଥିପାଇଁ ସମାଜର ସବୁ ବର୍ଗଙ୍କ ମତାମତ ଆମେ ଗ୍ରହଣ କରାଯାଇଛି । ଲୋକଙ୍କ ସରକାର ଭାବରେ ସାଧାରଣ ଜନତାଙ୍କ ମତାମତକୁ ଗୁରୁତ୍ୱ ଦେବାର ଆମର ପରମ୍ପରା ଜାରି ରହିବ ବୋଲି ପ୍ରାକ୍ ବଜେଟ୍ ଆଲୋଚନାରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଆଜି ଲୋକସେବା ଭବନର କନ୍‌ଭେନ୍‌ସନ୍ ହଲ୍ ଠାରେ ଆୟୋଜିତ ହୋଇଥିଲା ପ୍ରାକ୍ ବଜେଟ୍ ଆଲୋଚନା । ଏହି ବୈଠକରେ ବିଭିନ୍ନ ନାଗରିକ ସମାଜ, ବିଶେଷଜ୍ଞ ଓ ବିଭିନ୍ନ କ୍ଷେତ୍ରର ପ୍ରତିନିଧିଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ। ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଦୁଇ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ଶ୍ରୀମତୀ ପ୍ରଭାତୀ ପରିଡା, ଅର୍ଥ ବିଭାଗର ପ୍ରମୁଖ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ଏବଂ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ବୈଠକ ପରେ ଗଣମାଧ୍ୟମକୁ ବିବୃତି ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମ ସରକାର ପ୍ରଥମରୁ ହିଁ ଲୋକଙ୍କ ସରକାର ଭାବରେ ସାଧାରଣ ଜନତାଙ୍କ ମତାମତକୁ ଗୁରୁତ୍ବ ଦେଇ ଆସୁଛି। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଆଗାମୀ ୨୫ ତାରିଖରେ ବିଧାନ ସଭାରେ ଉପସ୍ଥାପିତ ହେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଅନଲାଇନ ଜରିଆରେ ଲୋକଙ୍କ ମତାମତ ସଂଗ୍ରହ କରିଥିଲୁ। ଏଥିରେ ଆମେ ପ୍ରାୟ ପୂର୍ବ ବର୍ଷ ଅପେକ୍ଷା ଛଅ ଗୁଣ ଅଧିକ ଅର୍ଥାତ୍ ୧୨ ହଜାରରୁ ଅଧିକ ମତାମତ ପାଇଛୁ। ପୂର୍ବ ବର୍ଷ ଅପେକ୍ଷା ଏହା ପ୍ରାୟ ଛଅ ଗୁଣ ଅଧିକ। ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟାରେ ଲୋକଙ୍କ ଏପରି ବ୍ୟାପକ ଅଂଶ ଗ୍ରହଣ ଆମ ପାଇଁ ଖୁବ୍ ଉତ୍ସାହ ଜନକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

 

Comments are closed.