Latest Odisha News

BREAKING NEWS

ଅନ୍ତର୍ଜାତୀୟ ମହିଳା ଦିବସ : ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ସମଗ୍ର ବିଶ୍ୱ ପାଳୁଛି ଅନ୍ତର୍ଜାତୀୟ ମହିଳା ଦିବସ । ଏହି ଅବସରରେ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଟ୍ୱିଟରେ କହିଛନ୍ତି ନାରୀ ସଶକ୍ତି କରିଣ ପାଇଁ ଓଡିଶା ସବୁବେଳେ ପଦକ୍ଷେପ ନେଇଛି । ବିଭିନ୍ନ ଦିଗରେ ମହିଳାଙ୍କ ନେତ୍ୱତ୍ୱକୁ ମୁଖ୍ୟମନ୍ତ୍ରୀ ଭୁରି ଭୁରି ପ୍ରଶଂସା କରିଛନ୍ତି ।

ଏହା ସହ ମହିଳାଙ୍କ ସମ୍ମାନକୁ ଗୁରୁତ୍ୱ ଦେବାକୁ ଆହ୍ୱାନ କରିଛନ୍ତି । ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ବିଶ୍ୱ ମହିଳା ଦିବସ ରୂପେ ପାଳନ କରାଯାଏ । ଆର୍ଥିକ , ରାଜନୈତିକ, ସାମାଜିକ କ୍ଷେତ୍ରରେ ମହିଳାମାନଙ୍କ ଯୋଗଦାନ ବଢାଇବା ଓ ଅଧିକାର ପ୍ରତି ସଚେତନ କରିବାକୁ ଏହି ଦିବସ ପାଳନ କରାଯାଏ । ଏହା ସହ ମହିଳାଙ୍କ ଉପଲବ୍ଧିକୁ ପ୍ରୋତ୍ସାହନ ଦେବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ।

Comments are closed, but trackbacks and pingbacks are open.