Latest Odisha News

BREAKING NEWS

ହଲିଉଡରେ ଏଣ୍ଟ୍ରି ମାରିବେ ଆଲିୟା

ମୁମ୍ବାଇ: ବଲିଉଡ ପରେ ହଲିଉଡରେ ଏଣ୍ଟ୍ରି ମାରିବାକୁ ଯାଉଛନ୍ତି ଆଲିୟା ଭଟ୍ଟ । ଖୁବଶୀଘ୍ର ହଲିଉଡ ପ୍ରୋଜେକ୍ଟରେ ସେ କାମ କରିବେ । ସ୍ପାଇ ଥ୍ରୀଲର ଫିଲ୍ମ ହାର୍ଟ ଅଫ୍ ଷ୍ଟୋନରେ ଅଭିନୟର ଯାଦୁ ଦେଖାଇବେ ସୁନ୍ଦରୀ ଆଲିୟା । ହଲିଉଡ ଅଭିନେତା ଗଲ୍ ଗଡୋଟଙ୍କ ସହ ନଜର ଆସିବେ । ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଟମ୍ ହାର୍ପର ।

ଏହି ଫିଲ୍ମ ନେଟପ୍ଲିକ୍ସରେ ରିଲିଜ ହେବ । ଫିଲ୍ମରେ ଗଲ୍ ଗଡୋଟ୍ ଜଣେ ଗୁପ୍ତଚର ଭୂମିକାରେ ଅଭିନୟ କରୁଛନ୍ତି । ତେବେ ଫିଲ୍ମରେ ଆଲିୟାଙ୍କ କ୍ୟାରେକ୍ଟର ବାବାଦରେ କିଛି ସ୍ପଷ୍ଟ ସୂଚନା ମିଳି ନାହିଁ । ସେ କେବେଠାରୁ ସୁଟିଂ ଆରମ୍ଭ କରିବେ ଜଣା ପିଜିନି ।
ହାର୍ଟ ଅଫ୍ ଷ୍ଟୋନ୍ ଫିଲ୍ମରେ ଆଲିୟା ଓ ଗଲ୍ ଗଡୋଟଙ୍କ ସହ ଜେମି ଡାରନନ୍ ବି ଅଭିନୟ କରୁଛନ୍ତି । ଏହି ଫିଲ୍ମର ସୁଟିଂ ଏବେ ଚାଲିଛି । ଏବେ ଆଲିୟାଙ୍କ ଅଭିନୀତ ବଲିଉଡ ଫିଲ୍ମ ଗଙ୍ଗୁବାଇ କାଠିୟାଓ୍ୱାଡୀ ବକ୍ସ ଅଫିସରେ ଧମାଲ କରୁଛି । ସଞ୍ଜୟ ଲୀଲା ଭନସାଲୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଜୟ ଦେବଗନ, ବିଜୟ ରାଜ, ଜିମ୍ ସରଭ ଓ ଶାନ୍ତନୁ ମାହେଶ୍ୱରୀ ପ୍ରମୁଖ ଅଭିନୟ କରିଛନ୍ତି ।

Comments are closed, but trackbacks and pingbacks are open.