Latest Odisha News

BREAKING NEWS

୧୫ଟି ଶିଳ୍ପ ପ୍ରତିଷ୍ଠାନର ଭୂମି ପୂଜନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ‘ମେକ ଇନ ଓଡିଶା କନକ୍ଲେଭ-୨୦୧୮’ର ଦ୍ୱିତୀୟ ସଂସ୍କରଣରେ ଶନିବାର ଦିନ ସଚିବାଳୟରେ ଭିଡିଓ କନଫରେନ୍ସି ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫ଟି ଶିଳ୍ପ ପ୍ରତିଷ୍ଠାନର ଭୂମିପୂଜା କରିଛନ୍ତି ।

ଏହି ୧୫ଟି ଶିଳ୍ପରେ ମୋଟ ୧୮୦୮ କୋଟି ଟଙ୍କା ପୁଞ୍ଜିନିବେଶ କରାଯିବ । ଏହା ଯୋଗୁଁ ରାଜ୍ୟର ପ୍ରାୟ ୮ ହଜାର ୮୮୩ ଜଣ ନିଯୁକ୍ତି ପାଇବେ ବୋଲି ଆକଳନ କରାଯାଉଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ବର୍ଷକ ମଧ୍ୟରେ ରାଜ୍ୟରେ ୬୪ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ହୋଇଛି ଏବଂ ଏହା ପାଖାପାଖି ୩୦ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଆଜି ୬ଟି ବୃହତ ପୁଞ୍ଜିନିବେଶ ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରିଛନ୍ତି । ଏଥିରେ ପ୍ରାୟ ୨୫ ହଜାର ୮୪୫ କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବାକୁ ଥିବାବେଳେ ପାଖାପାଖି ୧୩ ହଜାର ୭ଶହ ନିଯୁକ୍ତି ସୁଯୋଗ ମିଳିବ ।

Leave A Reply

Your email address will not be published.