Latest Odisha News

ଢେଙ୍କାନାଳ ହାତୀ ମୃତ୍ୟୁ ଘଟଣା: ୩ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ ଅନ୍ତର୍ଗତ କମଳାଙ୍ଗ ନିକଟରେ ବିଦ୍ୟୁତ ଆଘାତ ଜନିତ ୭ଟି ହାତୀ ମୃତ୍ୟୁ ଘଟଣାରେ ଶନିବାର ଦିନ କ୍ରାଇମବ୍ରାଞ୍ଚ ୩ଜଣଙ୍କୁ ଗିରଫ କରିଛି ।

ସୂଚନା ଅନୁଯାୟୀ ଗତ ଅକ୍ଟୋବର ୨୭ ତାରିଖରେ ଏହି ହାତୀପଲ ଢେଙ୍କାନାଳ ଜିଲ୍ଲାସ୍ଥିତ କମଳାଙ୍ଗ ନିକଟରେ ଯାଉଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲେ ।

ଗିରଫ ୩ଜଣ ହେଲେ ବହିଷ୍କୃତ ହୋଇଥିବା ସେସୁର କନିଷ୍ଠ ଯନ୍ତ୍ରୀ ସଞ୍ଜୟ ମହାନ୍ତି, କାର୍ଯ୍ୟରୁ ନିଲମ୍ବିତ ହୋଇଥିବା ମେରାମଣ୍ଡଳୀ ସେକ୍ସସନ୍ ଫରେଷ୍ଟର ପ୍ରଭାକର ରଣା ଏବଂ ଅନ୍ୟଜଣେ ମେରାମଣ୍ଡଳୀ ବିଟ୍ ଫରେଷ୍ଟ ଗାର୍ଡ ଗିରିଶ ଚନ୍ଦ୍ର ଦେହୁରି ବୋଲି ଜଣାପଡିଛି ।

ଉଲ୍ଲେଖଯୋଗ୍ୟ ଯେ ଅକ୍ଟୋବର ୨୮ ତାରିଖରେ ହାତୀ ମୃତ ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିଲେ । କ୍ରାଇମବ୍ରାଞ୍ଚ ଏସପିଙ୍କ ନେତୃତ୍ୱରେ ଏକ ତିନି ଜଣିଆ ଟିମ୍ ଏହି ଘଟଣାର ତଦନ୍ତ କରିଥିଲା ।

ଅଧିକ ପଢନ୍ତୁ:-  ହାତୀମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

Leave A Reply

Your email address will not be published.